ଓଡିଶାରେ ବନ୍ଦ ହେବ ଗୁଟ୍‌ଖା ବ୍ୟବସାୟ, ସରକାରୀ ବିଜ୍ଞପ୍ତିକୁ କାଏମ ରଖିଲେ ହାଇକୋର୍ଟ

29

ଭୁବନେଶ୍ବର: ରାଜ୍ୟରେ ଗୁଟ୍‌ଖା ବ୍ୟବସାୟ ଉପରେ ଲାଗିବ ପ୍ରତିବନ୍ଧକ। ଗୁଟ୍‌ଖା ବ୍ୟବସାୟ ନିଷେଧ ନେଇ ରାଜ୍ୟ ସରକାର ଗତ ଜାନୁଆରୀ ୨୧ ତାରିଖରେ ଜାରି କରିଥିବା ବିଜ୍ଞପ୍ତିକୁ କାଏମ ରଖିଛନ୍ତି ହାଇକୋର୍ଟ। ସରକାରୀ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ମାମଲାଗୁଡ଼ିକୁ କୋର୍ଟ ଖାରଜ କରିଛନ୍ତି।ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଆଇନସମ୍ମତ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ଜନସ୍ୱାସ୍ଥ୍ୟର ସୁରକ୍ଷା କରିବା ରାଜ୍ୟର ମୌଳିକ କର୍ତ୍ତବ୍ୟ ବୋଲି କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି।ବ୍ୟବସାୟିକ ସ୍ୱାର୍ଥ ଅପେକ୍ଷା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ଜୀବନର ଅଧିକାର ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଏହି ରାୟ ପରେ ରାଜ୍ୟରେ ଗୁଟ୍‌ ବ୍ୟବସାୟ ଉପରେ ସରକାରଙ୍କ ପ୍ରତିବନ୍ଧକ ଆହୁରି ଦୃଢ଼ ହୋଇଛି।
 

Comments are closed, but trackbacks and pingbacks are open.