ୱାଶିଂଟନରେ ଟ୍ରମ୍ପଙ୍କ କାର୍ଯ୍ୟକ୍ରମରେ ଗୁଳିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଡୋନାଲ୍ଡ ଟ୍ରମ୍ପ

49

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କାର୍ଯ୍ୟକ୍ରମରେ ଆଖିବୁଜା ଗୁଳିମାଡ଼ ହୋଇଛି । ୱାଶିଂଟନ ଡିସିରେ ଆୟୋଜିତ ‘ହ୍ୱାଇଟ୍ ହାଉସ୍ କରେସପଣ୍ଡେଣ୍ଟସ୍ ଡିନର’ ଚାଲିଥିବା ସମୟରେ ଏହି ଅଘଟଣ ଘଟିଛି । ତେବେ ସିକ୍ରେଟ ସର୍ଭିସ ଏଜେଣ୍ଟଙ୍କ ତତ୍ପରତା ଯୋଗୁଁ ଟ୍ରମ୍ପ ସୁରକ୍ଷିତ ଉଦ୍ଧାର ପାଇଛନ୍ତି । ଘଟଣା ସମ୍ପର୍କରେ ମିଳିଥିବା ସୂଚନା ଅନୁସାରେ, ଟ୍ରମ୍ପ ଓ ଅନ୍ୟ ଅତିଥିମାନେ ହୋଟେଲର ବଲ୍‌ରୁମ୍‌ରେ ଥିବା ସମୟରେ ହଠାତ୍ ଗୁଳି ଫୁଟିବାର ଶବ୍ଦ ଶୁଣାଯାଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଜଣେ ବନ୍ଧୁକଧାରୀ ପ୍ରାୟ ୫ ରୁ ୮ ରାଉଣ୍ଡ ଗୁଳି ଚଳାଇଥିଲେ । ଏହି ସମୟରେ ସେଠାରେ ଆତଙ୍କ ଖେଳିଯାଇଥିଲା । ସିକ୍ରେଟ ସର୍ଭିସର ସୁରକ୍ଷାକର୍ମୀମାନେ ତୁରନ୍ତ ଟ୍ରମ୍ପଙ୍କୁ ଘେରି ଯାଇ ସୁରକ୍ଷିତ ସ୍ଥାନକୁ ନେଇଯିବା ସହ ଆକ୍ରମଣକାରୀକୁ କାବୁ କରିଛନ୍ତି । ସୁରକ୍ଷିତ ଉଦ୍ଧାର ପରେ ଟ୍ରମ୍ପ ସିକ୍ରେଟ ସର୍ଭିସର ସାହସିକତା ଓ କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରିଛନ୍ତି । ତେବେ ଏହି ଆକ୍ରମଣ ପଛର ପ୍ରକୃତ କାରଣ କ’ଣ, ସେ ନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ଆଧିକାରିକ ସୂଚନା ଦିଆଯାଇ ନାହିଁ । ପୋଲିସ ଓ ସୁରକ୍ଷା ସଂସ୍ଥା ଏହାର ତଦନ୍ତ ଜାରି ରଖିଛନ୍ତି ।

Comments are closed, but trackbacks and pingbacks are open.