୫ ଦିନିଆ ପୋଲିସ ରିମାଣ୍ଡରେ ଗୋବିନ୍ଦ,ଓଗାଳିଲା ସତ

20

ମହାଲିଙ୍ଗ କେଳେଙ୍କାରୀର ମହା ଖୁଲାସା କରିଛି ଗୋବିନ୍ଦ ସାହୁ I ସେ ନିଜେ ହିଁ ଏ ଜଘନ୍ୟ ଅପରାଧ ର ମୁଖ୍ୟ ଖଳନାୟକ I ନିଜେ ତଣ୍ଟିଚିପି ହତ୍ୟା କରିଛି ଶିକ୍ଷୟିତ୍ରୀ ମମିତା ମେହେର ଙ୍କୁ I ଗୋବିନ୍ଦ ସାହୁ ର ଅନେକ ପ୍ରକାର କଳାକାରନାମା ,ତାର ଅନୈତିକ ସମ୍ପର୍କ ବିଷୟରେ ଜାଣି ଯାଇଥିଲେ ସେହି ମହାଲିଙ୍ଗ ସନସାଇନ ଇଂଲିଶ ମିଡିୟମ ସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ମମିତା ମେହେର ,ଯେଉଁ ସ୍କୁଲ ର ମାଲିକ ଥିଲା ଏ ନର ପିଶାଚ ଗୋବିନ୍ଦ ସାହୁ I
ଗତକାଲି ବଂଗୋମୁଣ୍ଡା କୋର୍ଟରେ ହାଜର ହେବା ପରେ ୫ ଦିନିଆ ରିମାଣ୍ଡରେ ଆସି ଏପରି ଚାଞ୍ଚଲ୍ୟକର ତଥ୍ୟ ବଖାଣିଛି ଗୋବିନ୍ଦ। ଗୋବିନ୍ଦକୁ କୋର୍ଟରୁ ସିଧାସଲଖ ଏସ.ପି ଅଫିସକୁ ଅଣାଯାଇ ରାତି ତମାମ ମାରାଥନ ଜେରା କରାଯାଇଥିଲା । ଖୋଦ ଉତ୍ତରାଂଚଳ ଡି.ଆଇ.ଜି ଦୀପକ କୁମାର, ଗୋବିନ୍ଦ ସାହୁ କୁ ପ୍ରଶ୍ନ ଉପରେ ପ୍ରଶ୍ନ ପଚାରି ଘାଇଲା କରିଥିଲେ I ଏହାପରେ ଗୋଟି ଗୋଟି କରି ସତ ଓଗାଳିଥିଲା ସୈତାନ ଗୋବିନ୍ଦ। କୋର୍ଟରୁ ଅଣାଯାଇଥିବାରୁ ନିୟମ ମୁତାବକ ବିଲମ୍ୱିତ ରାତିରେ ଗୋବିନ୍ଦକୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲା ପୋଲିସ ।
ଗୋବିନ୍ଦ ସାହୁ ର କହିବା ଅନୁସାରେ ଗୋବିନ୍ଦ ର ଅନୈତିକ ସମ୍ପର୍କ ବିଷୟରେ ମମିତା କାଳେ ଯଦି ବାହାରେ ପ୍ରଘଟ କରିଦିଏ ତାହେଲେ ସେ ଲୋକଲଜ୍ଜା ଭୟରେ ମୁଣ୍ଡ ଟେକିପାରିବେନି । ତେଣୁ ଏହାକୁ ବାହାରେ କାହାକୁ ନ କହିବାକୁ ମମିତାଙ୍କୁ ନେହୁରା ବି ହୋଇଥିଲେ। ହେଲେ ସେ ଏହାକୁ ଏଡ଼ାଇ ଯାଇଥିଲେ। ଏହାପରେ ମମିତାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା ପ୍ରସ୍ତୁତ କରି ଥିଲା ଗୋବିନ୍ଦ।
ଶେଷ ଥର ପାଇଁ ମମିତା ସେପ୍ଟେମ୍ବର ୨୧ରେ ହଷ୍ଟେଲକୁ ଆସିଥିଲେ। ସେହିଦିନ ହିଁ ତାଙ୍କୁ ହତ୍ୟା କରିବାର ଯୋଜନା କରି ଥିଲା ଗୋବିନ୍ଦ କିନ୍ତୁ ମମିତା ସାଙ୍ଗମାନଙ୍କ ସହ ଥିବାରୁ ଉଦ୍ଦେଶ୍ୟ ସଫଳ ହୋଇପାରି ନ ଥିଲା। ପୁଣି ଥରେ ଘରୁ ଡକାଇ ହତ୍ୟା କରିବାର ଯୋଜନା କରିଥିଲା । ହେଲେ ସଫଳ ହୋଇପାରି ନ ଥିଲା।
ଏହାପରେ ଅକ୍ଟୋବର ୭ ତାରିଖରେ ମିଟିଂ ଅଛି କହି ୬ ତାରିଖରେ ମମିତାଙ୍କୁ ଫୋନ୍‌ କରି ଡାକିଥିଲା। ମାତ୍ର ଏହା ପୁଣିଥରେ ୮ ତାରିଖକୁ ଘୁଞ୍ଚାଇ ଦିଆଗଲା ବୋଲି କହିଥିଲେ। ଏହାପରେ ୮ ତାରିଖରେ ଦିନ ବସ ଯୋଗେ ମମିତା ଘରୁ ଆସି ଚନ୍ଦତରା ଛକ ରେ ଓହ୍ଲାଇ ଥିଲେ,ସେଠାରୁ ଗୋବିନ୍ଦ ନେଜେ କାର ରେ ତାଙ୍କୁ ଆଣିବାକୁ ଯାଇଥିଲା I ଏହା ପରେ ମମିତା ପହଞ୍ଚିବା ପରେ ଦୁହେଁ ମିଶି ଭବାନୀପାଟଣାରେ ସପିଂ କରିଥିଲେ । ତାପରେ ଗୋବିନ୍ଦ ମମିତା ଙ୍କୁ ନେଇ ମାଣିକେଶ୍ୱରୀ ପୀଠ କୁ ଯାଇଥିଲା ମା’ ଙ୍କ ଠାରେ ଶପଥ ନେବାକୁ, ଯେମିତି ଗୋବିନ୍ଦ ର ଗୁମର ସବୁକୁ ମମିତା ବାହାରେ ପ୍ରକାଶ ନ କରେ I ମାତ୍ର ମମିତା ଏଥିରେ ରାଜି ହେଇ ନ ଥିଲେ, ତେଣୁ ଅତ୍ୟନ୍ତ କ୍ରୋଧିତ ହୋଇ ପଡିଥିଲା ଗୋବିନ୍ଦ ମୁଣ୍ଡକୁ ପଶିଥିଲା ଶୈତାନି ବୁଦ୍ଧି I
ଏଇ କଥାକୁ ନେଇ ବାଟରେ ଉଭୟଙ୍କ ମଧ୍ୟରେ ବଚସା ହେବାରୁ କୁରସୁର ନିକଟରେ ମୁଖ୍ୟ ରାସ୍ତା କଡ଼ରେ ଗାଡ଼ି ରଖିଥିଲେ। ଏହାପରେ ଦିନ ପ୍ରାୟ ୧୧ଟାରେ ମମିତାଙ୍କ ତଣ୍ଟି ଚିପି ତାଙ୍କୁ ହତ୍ୟା କରିଥିଲେ। ହତ୍ୟା ପରେ ଗାଡ଼ିରେ ମୃତଦେହକୁ ଘରକୁ ନେଇ ଯାଇଥିଲା ଗୋବିନ୍ଦ। ଘରେ ଖାଇପିଇ ରହିଥିଲା। କିନ୍ତୁ ଏ ହତ୍ୟା କାଣ୍ଡ ଭିଆଇବା ପାଇଁ ସେ ପୂର୍ବରୁ ସୁ ଚିନ୍ତିତ ଯୋଜନା ପ୍ରସ୍ତୁତ କରି ସାରିଥିଲା ସେହି ଅନୁସାରେ ସେ ଅକ୍ଟୋବର ୬ ତାରିଖରେ ମହାଲିଙ୍ଗ ଷ୍ଟାଡିୟମରେ ଗାତ ବି ଖୋଳିଦେଇଥିଲା। ଏ ବିଷୟ ରେ ଖୁଲାସା କରିଛି ଜେସିବି ଡ୍ରାଇଭର ରାଧେ I ଜେସିବି ଡ୍ରାଇଭର ରାଧେ ଆହୁରି ମଧ୍ୟ କହିଛି ଯେ ତାଙ୍କୁ ଫୋନ୍‌ କରି ଷ୍ଟାଡିୟମ ର ପଛ ପଟ ଗେଟ ଖୋଲା ରଖିବା ସହିତ ଖୋଲାଯାଇଥିବା ଗତ ନିକଟରେ କିଛି ଟାୟାର ରଖିବାକୁ କହିଥିଲା ଗୋବିନ୍ଦ ଓ ତାର ଜଣେ ମୁନସୀକୁ କାଠଗଣ୍ଡି ରଖିବାକୁ କହିଥିଲେI ଏହାବାଦ ନିଜେ କାର୍ଡବୋର୍ଡ ରଖିଥିଲେ ପ୍ରକାଶ ଥାଉକି ଉକ୍ତ ଷ୍ଟାଡିୟମ ର ଠିକାଦାର ଥିଲା ଗୋବିନ୍ଦ ସାହୁ ଏବଂ ତା ଅଧୀନ ରେ ଜେସିବି ଡ୍ରାଇଭର ଭାବରେ କାମ କରୁଥିଲା ରାଧେ ଇ ହେଲେ ମମିତାଙ୍କୁ ହତ୍ୟା କରିବାଠୁ ଆରମ୍ଭ କରି ଶବ ପୋଡ଼ିବା ଓ ପୋତିବା ପର୍ଯ୍ୟନ୍ତ ଏ ନେଇ କାହାକୁ ଅବଗତ କରାଇ ନ ଥିଲା ଗୋବିନ୍ଦ। ଏହାପରେ କାର୍‌ ନେଇ ଭିତରେ ପଶିଥିଲା I କିନ୍ତୁ ରାଧେ ଓ ମୁନସୀକୁ ଉକ୍ତ ଗାତରେ ଆବର୍ଜନା ପୋଡା ଯିବା କଥା କହିଥିଲା ଇ ଏହାପରେ ନିଜେ ଶବ କୁ କାଟି ଟାୟାର ଓ କାର୍ଡବୋର୍ଡ ଦ୍ୱାରା ଜଳିଥିଲା ଗୋବିନ୍ଦ ଏହା ସହିତ ଶବ ଶୀଘ୍ର ନଷ୍ଟ ହୋଇଯିବା ପାଇଁ ଗାତରେ ଢାଳିଥିଲା ପର୍ଯ୍ୟାପ୍ତ ପରିମାଣ ରେ ଲୁଣ I ଏହି ଜଘନ୍ୟ କାଣ୍ଡ କରିସାରିବାପରେ ଘରକୁ ଆସି ଆରମ୍ ରେ ଖାଇପିଇ ଶୋଇଥିଲା ଗୋବିନ୍ଦ I

ରିମାଣ୍ଡରେ ଆସି ଏପରି ଭାବେ ନିଜ ପାପ କାହାଣୀର ସତ ବଖାଣିଛି ଗୋବିନ୍ଦ। ହେଲେ ଏ ସମ୍ପର୍କରେ କେହି ସୁରାଗ ପାଇପାରି ନ ଥିବା ପୁଲିସ୍‌ ସମ୍ମୁଖରେ କହିଛି ଗୋବିନ୍ଦ। ସବୁଠାରୁ ଆଶ୍ଚର୍ଯ୍ୟ ର ବିଷୟ ହେଉଛି ମମିତାଙ୍କୁ ହତ୍ୟାଠୁ ଆରମ୍ଭ କରି ପୋତିବା ପର୍ଯ୍ୟନ୍ତ କୌଣସି ଅସ୍ତ୍ରର ବ୍ୟବହାର କରାଯାଇ ନାହିଁ। ତଣ୍ଟି ଚିପି ହିଁ ଗୋବିନ୍ଦ ନେଇଛି ମମିତା ଜୀବନ । ସବୁ କାମ ନିଜେ କରିଥିବା ଗୋବିନ୍ଦ କହୁଥିବା ବେଳେ ଏହାକୁ କିନ୍ତୁ ସହଜେ ବିଶ୍ୱାସ କରିପାରୁନି ପୁଲିସ୍‌।

ପୁଲିସ୍‌ ଏବେ ବିଭିନ୍ନ ତଥ୍ୟ, ପ୍ରମାଣ ଯୋଗାଡ଼ କରିବାରେ ଲାଗି ପଡ଼ିଥିବା ବେଳେ ମମିତାଙ୍କ ମୋବାଇଲ ଓ ପେନ୍‌ ଡ୍ରାଇଭ ତଥା ହତ୍ୟା ଦିନ ସପିଂ କରିଥିବା ଜିନିଷକୁ ପାଇପାରି ନାହିଁ। ମମିତାଙ୍କୁ ପୋତିଥିବା ଗାତରେ ହିଁ ଏହି ସମସ୍ତ ସାମଗ୍ରୀ ଫୋପାଡ଼ି ଦେଇଥିବା କହିଛି ଗୋବିନ୍ଦ। ଏହାକୁ ଜବତ କରିବାକୁ ଆଜି ଖୋଦ୍‌ ଡିଆଇଜି ଓ ବଲାଙ୍ଗିର ଏସ୍‌ପି ସ୍ପଟ୍‌ ଭେରିଫିକେସନ୍‌ରେ ଯାଇଛନ୍ତି। କିନ୍ତୁ ସିନ୍‌ ରିକ୍ରିଏଟ ପାଇଁ ଆଜି ଗୋବିନ୍ଦକୁ ନିଆଯାଇ ନ ଥିବା ଜଣାଯାଇଛି।

Leave A Reply

Your email address will not be published.