ନୂଆ ରାଜ୍ୟପାଳଙ୍କୁ ବିମାନବନ୍ଦରରେ ଗାର୍ଡ ଅଫ୍ ଅନର

28

ଭୁବନେଶ୍ୱର : ଭୁବନେଶ୍ବରରେ ନୂଆ ରାଜ୍ୟପାଳ ବ୍ରଜମୋହନ ରାମ । ବିମାନବନ୍ଦରରେ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି । ମନ୍ତ୍ରିପରିଷଦର ସଦସ୍ୟ ଓ ମୁଖ୍ୟ ଶାସନ ସଚିବ ମଧ୍ୟ ଉପସ୍ଥିତ ଥିଲେ । ନୂଆ ରାଜ୍ୟପାଳଙ୍କୁ ବିମାନବନ୍ଦରରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ଆଜି ସନ୍ଧ୍ୟାରେ କରିବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଏବଂ ଆସନ୍ତାକାଲି ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ।ପୁରୀରୁ ଫେରି ଭୁବନେଶ୍ୱର ଲୋକଭବନରେ ରହିବେ। ୧୯୫୮ ଜାନୁଆରୀ ୧ରେ ଚାନ୍ଦୱାରେ ଜନ୍ମଗ୍ରହଣ କରିଥିବା ବ୍ରଜମୋହନ ରାମ ରାଞ୍ଚି ବିଶ୍ୱବିଦ୍ୟାଳୟରୁ ସ୍ନାତକ ଶିକ୍ଷା ହାସଲ କରିଛନ୍ତି। ରାଜନୀତି ସହିତ ସାମାଜିକ କାର୍ଯ୍ୟରେ ମଧ୍ୟ ସକ୍ରିୟ ରହିଛନ୍ତି। ୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ ବିହାର ବିଧାନସଭାର ସଦସ୍ୟ ଥିଲେ।ଝାଡ଼ଖଣ୍ଡ ଅଲଗା ରାଜ୍ୟ ହେବା ପୂର୍ବରୁ ସେ ବିହାର ରାଜନୀତିରେ ସକ୍ରିୟ ଥିଲେ। ପରେ ବିଜେପି ଟିକେଟରେ ପଲାମୁ ଲୋକସଭା ଆସନରୁ ୧୯୯୬, ୧୯୯୮ ଏବଂ ୧୯୯୯ରେ ଲଗାତାର ତିନିଥର ସାଂସଦ ନିର୍ବାଚିତ ହୋଇଥିଲେ ବ୍ରଜମୋହନ ରାମ। କେନ୍ଦ୍ରରେ ଶକ୍ତି, କୋଇଲା, ରେଳବାଇ ଏବଂ ଅନ୍ୟାନ୍ୟ ସଂସଦୀୟ କମିଟିରେ ମଧ୍ୟ କାର୍ଯ୍ୟ କରିଛନ୍ତି।ବ୍ରଜ ମୋହନ ରାମ ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚା ସହ ମଧ୍ୟ ଜଡ଼ିତ ଥିଲେ।

Comments are closed, but trackbacks and pingbacks are open.