‘ଓମିକ୍ରନ’ ଭାରିଆଣ୍ଟକୁ ନେଇ ସତର୍କ କରାଇଲେ ସରକାର : ବିଦେଶ ଫେରନ୍ତା ଙ୍କ ପାଇଁ ୧୦ ଦିନିଆ ସଙ୍ଗରୋଧ,ଜାରିହେବ ଆଡ଼ଭାଇଜରୀ

23

କରୋନାର ନୂଆ ଭାରିଆଂଟ ଚିହ୍ନଟ ହେବାପରେ ବର୍ତମାନ ସାରା ବିଶ୍ୱ ର ଚିନ୍ତା ର କାରଣ ପାଲଟିଛି ଏହି ଭୁତାଣୁ Iଏ ସଂକ୍ରାନ୍ତରେ ସତର୍କ ରହିବାକୁ ସମସ୍ତ ଦେଶ ଗୁଡିକୁ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି I ଏ ସମ୍ପର୍କରେ ଭାରତ ମଧ୍ୟ କଡା ଆଭିମୁଖ୍ୟ ଗ୍ରହଣ କରିଛି । ଦକ୍ଷିଣ ଆଫ୍ରିକା, ହଂକଂ ଓ ବୋସ୍ୱାନାରୁ ଆସୁଥିବା ଯାତ୍ରୀଙ୍କର ସ୍କ୍ରିନିଂକୁ କଡାକଡା କରାଯାଇଛି । ପ୍ରଭାବିତ ୧୨ ଟି ଦେଶରୁ ଆସୁଥିବା ଯାତ୍ରୀଙ୍କ କରୋନା ପରୀକ୍ଷା କରାଇବାକୁ କୁହାଯାଇଛି । ସେହିପରି ନୂଆ ଭାଂରିଆଟ ଯେଉଁ ଦେଶରେ ବିପଦ ସୃଷ୍ଟି କରିଛି, ସେହି ଦେଶରୁ ଯାତ୍ରୀ ଆସିଲେ ସେମାନଙ୍କ କୋଭିଡ ଟେଷ୍ଟ ହେବ । ଯେଉଁମାନଙ୍କ ରିପୋର୍ଟ ପଜିଟିଭି ଆସିବ ସେମାନଙ୍କ ନମୁନା ଜେମନ ସିକ୍ୟୁଏନ୍ସ ପାଇଁ ଆଲଏଲଏସକୁ ପଠାଯିବ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ବିଦେଶ ଫେରନ୍ତାଙ୍କ ଉପରେ ନଜର ରହିବ ।
ଯେଉଁମାନେ ବିଦେଶରୁ ଫେରିବେ ସେମାନ ୧୦ ଦିନ ସଙ୍ଗରୋଧରେ ରହିବେ । ଏଥିପାଇଁ ଖୁବଶୀଘ୍ର ନୂଆ ଆଡଭାଇଜରି ଜାରି କରିବେ ସରକାର । ଏ ନେଇ ସମସ୍ତ ଜିଲ୍ଲାପାଳ ଓ ସିଡିଏମଓ ଓ ମୁନିସିପାଲଟି କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଛି । ସ୍କୁଲ କଲେଜ ଓ ହଷ୍ଟେଲ ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ ମାର୍ଗଦର୍ଶିକା ମାନି ଏଠାରେ ସ୍ୱତନ୍ତ୍ର ସଂଗରୋଧ କେନ୍ଦ୍ର କରିବାକୁ କୁହାଯାଇଛି । ଯେଉଁ ଛାତ୍ରଛାତ୍ରୀଙ୍କ ଲକ୍ଷଣ ରହିଛି ସେମାନଙ୍କୁ ସ୍କୁଲ ନ ଆସିବାକୁ କୁହାଯାଇଛି । ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଂଟ ଓ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ନୂଆ ଭୂତାଣୁକୁ ଭାରିଆଂଟ ଅଫ୍ କନ୍ସର୍ଣ୍ଣ କହିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ନୂଆ ଭୂତାଣୁକୁ ‘ଓମିକ୍ରନ୍’ ନାଁରେ ନାମିତ କରିଛି ହୁ । ଏପଟେ କରୋନାର ଏହି ନୂଆ ପ୍ରଜାତି ୟୁରୋପକୁ ବ୍ୟାପିଛି । ବେଲ୍ଜିୟମ୍ ରେ ପ୍ରଥମ ମାମଲା ଚିହ୍ନଟ ହୋଇଥିବା ଜଣାପଡିଛି ।ଆଶଙ୍କା କରାଯାଉଛି ଆଗକୁ ଏହାର ପ୍ରଭାବ ୟୁରୋପୀୟ ଦେଶଗୁଡିକରେ ପଡିପାରେ । କାରଣ ୟୁରୋପରେ ଏବେ ହୁ ହୁ ହୋଇ ବଢି ଚାଲିଛି କରୋନାର ଡେଲ୍ଟା ଭୂତାଣୁ । ଜର୍ମାନୀ, ଅଷ୍ଟ୍ରିଆ, ନେଦରଲ୍ୟାଣ୍ଡ, ବ୍ରିଟେନ୍, ଫ୍ରାନ୍ସ ସମେତ ଅନେକ ଦେଶରେ କରୋନା ଗ୍ରାଫ ଏବେ ଉପରମୁହାଁ ରହିଛିି । ୨୦୨୦ ମାର୍ଚ୍ଚ ମାସରେ ପ୍ରଥମେ କରୋନା ଭୂତାଣୁ ୟୁରୋପରେ ପ୍ରବେଶ କରିଥିଲା ।
କରୋନାର ଆଲଫା ଭାରିଆଂଟ ଅଧିକ ବିପଦ ସୃଷ୍ଟି କରିଥିଲା । ଏହା ପରେ ପରେ ୨୦୨୧ ମସିହାର ଜୁନ୍, ଜୁଲାଇ ବେଳକୁ ଏଠାରେ ଡେଲଟା ଭାରିଆଂଟ ଚିହ୍ନଟ ହେଲା । ଟିକା ନେବାକୁ ଅନିଚ୍ଛା, ଦୁର୍ବଳ ରୋଗ ପ୍ରତିରୋଧ ଶକ୍ତି ଏବଂ ଲୋକେ କରୋନା କଟକଣାକୁ ନମାନିବା ଫଳରେ ଅଧିକ ବ୍ୟାପକ ହେଉଛି ସଂକ୍ରମଣ । ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା କରୋନାର ନୂଆ ଭୂତାଣୁ ଆଗକୁ ୟୁରୋପରେ ବ୍ୟାପିଲେ ପରିସ୍ଥିତି ଆହୁରି ଭୟଙ୍କର ହୋଇପଡିବ । ୟୁରୋପ ଅପେକ୍ଷାକୃତ ବିକଶିତ ଦେଶ ଏଠାରେ ଏହି ଭୁତାଣୁ ବ୍ୟାପିଲେ ଦେଶ ଅଧିକ ମୃତ୍ୟୁ ଓ ଅଧିକ ଆର୍ଥିକ କ୍ଷତି ସହିବ। କରୋନାର ଏହି ନୂଆ ପ୍ରଜାତିକୁ ଦୃଷ୍ଟିରେ ରଖି ଫ୍ରାନ୍ସ, ବ୍ରିଟେନ୍ ଓ ଇସ୍ରାଏଲ ଆଦି ଦେଶ, ଦକ୍ଷିଣ ଆଫ୍ରିକା ସହ ବିମାନ ଚଳାଚଳ ଉପରେ ସାମୟିକ କଟକଣା ଲଗାଇଛନ୍ତି ।

Leave A Reply

Your email address will not be published.