ଗ୍ୟାସ ପାଇଁ ହାହାକାର: ଦିଲ୍ଲୀରେ ୯ ରାଜ୍ୟର ଯୋଗାଣ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର

138

ଭୁବନେଶ୍ୱର: ଦେଶରେ ଦେଖାଦେଇଥିବା ଏଲପିଜି ସଂକଟର ସମାଧାନ ପାଇଁ ଆସନ୍ତାକାଲି ଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶା ସମେତ ୯ଟି ରାଜ୍ୟର ଯୋଗାଣ ମନ୍ତ୍ରୀ ଯୋଗଦେବେ। ଓଡ଼ିଶାର ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ବୈଠକରେ ସାମିଲ ହେବା ସହ ରାଜ୍ୟର ସ୍ଥିତି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାରେ ଗ୍ୟାସ୍, ପେଟ୍ରୋଲ୍ ଓ ଡିଜେଲ୍‌ର କୌଣସି ଅଭାବ ନାହିଁ ଏବଂ ଯଥେଷ୍ଟ ପରିମାଣରେ ସାମଗ୍ରୀ ମହଜୁଦ୍ ଅଛି। ଘରୋଇ ଗ୍ୟାସ୍ ଯୋଗାଣରେ କୌଣସି ପ୍ରତିବନ୍ଧକ ନଥିବା ବେଳେ ହୋଟେଲଗୁଡ଼ିକୁ ଆବଶ୍ୟକ ମୁତାବକ ୫୦% ଗ୍ୟାସ୍ ଯୋଗାଇ ଦିଆଯାଉଛି।

Comments are closed, but trackbacks and pingbacks are open.