କଟକରେ ଯୁବତୀଙ୍କୁ ଗଣଦୁଷ୍କର୍ମ: ୫ ଗିରଫ, ଜଣେ ଫେରାର

13

କଟକ: ଜଣେ ଯୁବତୀଙ୍କ ସହ ଗଣଦୁଷ୍କର୍ମ ଘଟଣାରେ କଟକ ନିଶ୍ଚିନ୍ତକୋଇଲି ଥାନା ପୋଲିସ ୫ ଜଣଙ୍କୁ ଗିରଫ କରିଛି । ଏହି ଘଟଣାରେ ଜଣେ ଅଭିଯୁକ୍ତ ଫେରାର ଥିବାବେଳେ ଘଟଣାର ତଦନ୍ତ ପାଇଁ ଜଣେ ଡିଏସପି ପାହ୍ୟାର ଅଧିକାରୀଙ୍କ ନେତୃତ୍ୱରେ ମୋଟ୍ ଚାରୋଟି ଟିମ୍ ଗଠନ ହୋଇଥିବା ବେଳେ ଉଭୟ ପୀଡ଼ିତା ଓ ତାଙ୍କ ପୁରୁଷ ବନ୍ଧୁଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ଥିବା କଟକ ଜିଲ୍ଲା ଏସପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି । ଏହି ଗଣ ଦୁଷ୍କର୍ମ ମାମଲାରେ ୬ ଜଣଙ୍କର ସମୃକ୍ତି ଥିବା ନେଇ ପୀଡ଼ିତାଙ୍କ ପକ୍ଷରୁ ନିଶ୍ଚିନ୍ତକୋଇଇି ଥାନାରେ ଅଭିଯୋଗ କରାଯାଇଛି। ପୋଲିସ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ଗିରଫ କରିଛି ଏବଂ ଜଣେ ଅଭିଯୁକ୍ତ ଫେରାର ଅଛି । ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କର ବୟସ ୨୫ ବର୍ଷ ମଧ୍ୟରେ । ଖବର ଅନୁଯାୟୀ,ଗତ ମଙ୍ଗଳବାର (ଅଗଷ୍ଟ ୧୧) ରାତିରେ କଟକ-ଚାନ୍ଦବାଲି ରାସ୍ତାରେ ନିଶ୍ଚିନ୍ତକୋଇଲି ଥାନା ଶୁକରପଡା ପେଟ୍ରୋଲ ପମ୍ପ ନିକଟରେ ଦୁଇ ଜଣ ଯୁବକ-ଯୁବତୀ ଏକ କାର୍ ରେ କଟକରୁ କେନ୍ଦ୍ରାପଡ଼ା ଯାଉଥିବା ବେଳେ ଅଭିଯୁକ୍ତମାନେ ବାଟରେ କାର୍ ଟିକୁ ଅଟକାଇଥିଲେ। ପୁରୁଷ ବନ୍ଧୁଙ୍କୁ ନିସ୍ତୁକ ମାଡ଼ ମାରିବା ସହିତ ଏକ ପରିତ୍ୟକ୍ତ ଘରେ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲେ । ଏନେଇ ପୀଡ଼ିତା ଗତକାଲି (ବୁଧବାର) ନିଶ୍ଚିନ୍ତକୋଇଲି ଥାନାରେ ଅଭିଯୋଗ କରିଥିଲେ। ପୋଲିସ କେସ୍ ନମ୍ବର ୩୦୫ /୨୬ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । କଟକ ଗ୍ରାମାଞ୍ଚଳ ଏସପି ବିନୀତ ଅଗ୍ରୱାଲ କହିଛନ୍ତି ଯେ, ସମସ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ଟିମ୍ ଗଠନ କରାଯାଇଛି । ଯୁବତୀ ଜଣକ କେନ୍ଦ୍ରାପଡ଼ା ଅଞ୍ଚଳର ହୋଇଥିବା ବେଳେ ପୁରୁଷ ବନ୍ଧୁଙ୍କ ଘର ନୟାଗଡ଼ ଅଂଚଳର ବୋଲି ସୂଚନା ମିଳିଥିଲା ।

Comments are closed, but trackbacks and pingbacks are open.