ମାନସ ସ୍ୱାଇଁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଭଦ୍ରକ ପୁଲିସର ୪ ଟି ଟିମ ଗଠନ

121

ଭଦ୍ରକର ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଭଦ୍ରକ ପୁଲିସ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି। ଏନେଇ ଭଦ୍ରକ ଏସପି ଚରଣ ସିଂ ମିନା ମଙ୍ଗଳବାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ମାନସ ସ୍ୱାଇଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀ ଝୁନାଙ୍କୁ ଗିରଫ କରିବା ପାଇଁ ଜିଲ୍ଲା ପୁଲିସର ୪ ଗୋଟି ଟିମ୍ ବିଭିନ୍ନ ସ୍ଥାନକୁ ଯାଇ ଖୋଜ ଖବର ନେଉଛନ୍ତି। ତାଙ୍କୁ ନିଶ୍ଚିତ ଗିରଫ କରାଯିବ ବୋଲି ଏସପି କହିଛନ୍ତି। ଏହି ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ନିରଞ୍ଜନ ସେଠୀ, ରଞ୍ଜନ ନାୟକଙ୍କ ସହିତ ପୂର୍ବରୁ ୩ ଜଣଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କ ପାଖରୁ ଏହି ହତ୍ୟାକାଣ୍ଡ ସମ୍ପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ କରାଯାଇଛି। ତେଣୁ ପୁଲିସ ନିରପେକ୍ଷ ଭାବେ ତଦନ୍ତ ପ୍ରକ୍ରିୟାକୁ ଆଗେଇଛି। କାହାରି ଚାପରେ ବଶବର୍ତ୍ତୀ ହୋଇ ନ ଥିବା କହିଛନ୍ତି ଭଦ୍ରକ ଏସପି ସୂଚନା ଦେଇଛନ୍ତି ।

Comments are closed, but trackbacks and pingbacks are open.