ରାଜ୍ୟକୁ ବର୍ତ୍ତମାନ ସୁଦ୍ଧା ଆସିଥିବା ୭ ବିଦେଶ ଫେରନ୍ତା କୋଭିଡ ସଂକ୍ରମିତ ଚିହ୍ନଟ, ଓମିକ୍ରନର ଲକ୍ଷଣ ନାହିଁ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା

0 111

ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ଫେରିଛନ୍ତି ୭ ଜଣ ବିଦେଶ ଫେରନ୍ତା I ସେ ମଧ୍ୟରୁ ୪ ଜଣଙ୍କ ଜିନମ ସିକ୍ୱେନସିଂ କରାଯାଇଥିଲା ସେମାନେ ଓମିକ୍ରନରେ ପୀଡ଼ିତ ନଥିଲେ କିନ୍ତୁ କୋଭିଡ ସଂକ୍ରମିତ ବୋଲି ଚିହ୍ନଟ ହୋଇଛନ୍ତି । ସେହିପରି ଅନ୍ୟ ତିନି ଜଣଙ୍କ ନମୂନା ସିକ୍ୱେନସିଂ ପାଇଁ ଯାଇଛି। ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।ସେ କହିଛନ୍ତି, ବିଭିନ୍ନ ମଡେଲ ଦେଖାଉଥିବା ଭବିଷ୍ୟବାଣୀ ଗୋଟେ ପରିସଂଖ୍ୟନ ଉପରେ ଆଧାରିତ। ଆଇଆଇଟି ମଡେଲ ଅନୁସାରେ ଯଦି ରୋଗ ପ୍ରତିରୋଧକ ଶକ୍ତି ପର୍ଯ୍ୟାପ୍ତ ପରିମାଣର ନଥାଏ ତେବେ ଦିନକୁ ଦେଢ଼ ଲକ୍ଷ ପର୍ଯ୍ୟନ୍ତ ସଂକ୍ରମିତ ବାହାରିପାରନ୍ତି । ଆମକୁ ଦେଖିବାକୁ ପଡ଼ିବ ସଂକ୍ରମଣ କେତେ ବଢୁଛି । ସର୍ଭେଲାନ୍ସ କରିବା ସବୁଠାରୁ ଭଲ ଉପାୟ । ସିଡିସି କହିଛନ୍ତି, ଓମିକ୍ରନ୍ ପ୍ରଜାତି ଅଧିକ ସଂକ୍ରମକ । କିନ୍ତୁ ଆକ୍ରାନ୍ତ ଅଧିକ ଗୁରୁତର ହେଉନାହାନ୍ତି, ଅକ୍ସିଜେନ ବ୍ୟବହାର ଓ ହସ୍ପିଟାଲରେ ଭର୍ତ୍ତି ହେବା ସଂଖ୍ୟା ବଢୁନି। ତେବେ ତାକୁ ଭାବିକି ସ୍ୱାସ୍ଥ୍ୟ ପ୍ରତି ଅବହେଳା ନ କରି ଲକ୍ଷଣ ଥିଲେ ପରୀକ୍ଷା କରାଇ ନିଅନ୍ତୁ ବୋଲିସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି I

Leave A Reply

Your email address will not be published.