ପୂର୍ବତନ ବିଧାୟକଙ୍କ ଜ୍ଵାଇଁ ଗିରଫ

26

ଭୁବନେଶ୍ବର: ଯୌତୁକ ନିର୍ଯାତନା ଓ ହତ୍ୟା ଧମକ ଅଭିଯୋଗରେ ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଜ୍ଵାଇଁ ସବ୍ୟସାଚି ମିଶ୍ରଙ୍କୁ ଗିରଫ କରିଛି ଦେବଗଡ଼ ପୋଲିସ। ଅଭିଯୁକ୍ତ ସବ୍ୟସାଚିଙ୍କୁ ଅନୁଗୁଳରୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗତ ଏପ୍ରିଲ ୧୩ ତାରିଖରେ ସବ୍ୟସାଚି ମିଶ୍ରଙ୍କ ବିରୋଧରେ ତାଙ୍କ ପତ୍ନୀ ଅଭିଯୋଗ କରିଥିଲେ। ଅଭିଯୋଗରେ ସେ ଯୌତୁକ ଦାବି କରି ନିର୍ଯାତନା ଦେବା ସହ ହତ୍ୟା ଧମକ ଦେଇଥିବା ଦର୍ଶାଇଥିଲେ। ଏହାକୁ ଆଧାର କରି ଦେବଗଡ଼ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ତଦନ୍ତ ପରେ ପୋଲିସ ସବ୍ୟସାଚିଙ୍କୁ ଅନୁଗୁଳରୁ ଧରିଥିବା ସୂଚନା ମିଳିଛି। ଗିରଫ ପରେ ତାଙ୍କୁ ଦେବଗଡ଼ ଅଣାଯାଇ ପଚରାଉଚରା କରାଯାଉଛି। ଅଭିଯୋଗର ସତ୍ୟତା ଓ ଘଟଣାର ସମ୍ପୂର୍ଣ୍ଣ ପୃଷ୍ଠଭୂମି ନେଇ ପୋଲିସ ତଦନ୍ତ ଜାରି ରଖିଛି। ସୂଚନାଯୋଗ୍ୟ, ସବ୍ୟସାଚି ମିଶ୍ରଙ୍କ ଘର ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜିଜିପି କଲୋନୀରେ ରହିଛି।

Comments are closed, but trackbacks and pingbacks are open.