ଜେଲରୁ ବାହାରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା

23

ଭୁବନେଶ୍ବର: ୧୦ ମାସ ଜେଲ୍‌ରେ ରହିବା ପରେ ବାହାରିଛନ୍ତି ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା। ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଦର୍ଶାଇ ପୋଲିସ ତାଙ୍କୁ ଗିରଫ କରିଥିଲା। ବହୁ ଚର୍ଚ୍ଚିତ ଏହି ହତ୍ୟାକାଣ୍ଡ ଘଟଣାରେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିବା ପରେ ଆଜି ସେ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ମୁକୁଳିଛନ୍ତି। ବିକ୍ରମଙ୍କୁ ସ୍ୱାଗତ କରିବା ପାଇଁ ଜେଲ୍ ଫାଟକ ସମ୍ମୁଖରେ ବିଜେଡିର ବହୁ ନେତା, କର୍ମୀ ଓ ସମର୍ଥକ ଅପେକ୍ଷା କରିଥିଲେ। ଜେଲରୁ ବାହାରିବା ପରେ କର୍ମୀମାନେ ତାଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କ ବାସଭବନକୁ ନେଇଥିଲେ।

Comments are closed, but trackbacks and pingbacks are open.