ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପରଲୋକ

31

ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପରଲୋକ l ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ସୂଚନା ମିଳିଛି । ସେ ଦୀର୍ଘଦିନ ହେବ ଗୁରୁତର ଅସୁସ୍ଥତାରେ ଥିଲେ l ଆପୋଲୋ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଥିଲା କିନ୍ତୁ ଆଜି ସକାଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଯାଇଥିଲା l ମୃତ୍ୟୁ ବେଳଙ୍କୁ ତାଙ୍କୁ ମାତ୍ର ୫୩ ବର୍ଷ ବୟସ ହୋଇଥିଲା । ସେ ବିଜୁ ଜନତା ଦଳର ଜଣେ ଟାଣୁଆ ନେତା ଥିଲେ । ପଶ୍ଚିମ ଓଡିଶାର ଭଟଲି ବିଧାନସଭା ଆସନରୁ ସେ ତିନି ଥର ବିଧାୟକ ଭାବେ ଜିତିଥିଲେ l ବିଜେଡି ସରକାରରେ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦମଧ୍ୟ ମିଳିଥିଲା l ୨୦୨୪ ନିର୍ବାଚନ ରେ ସେ ପରାଜିତ ହୋଇଥିଲେ । ତାଙ୍କର ଏହି ଅକାଳ ବିୟୋଗ ପରେ ପଶ୍ଚିମ ଓଡିଶା ତଥା ବିଜେଡି ଶିବିରରେ ଶୋକର ଛାୟା ଖେଳିଯାଇଛି l

Comments are closed, but trackbacks and pingbacks are open.