ବନ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଘୋଷଣା ହେଲା ୧,୦୦୦ କୋଟିର ସହାୟତା

23

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ୧,୦୦୦ କୋଟି ଟଙ୍କାର ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି । ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି । ପ୍ରାରମ୍ଭିକ ଆକଳନ ଅନୁସାରେ ଏହି ସହାୟତା ଘୋଷଣା କରାଯାଇଛି । ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ ଆଧାରରେ ସହାୟତା ରାଶି ଆହୁରି ବୃଦ୍ଧି ପାଇବ । ସୂଚନା ଅନୁଯାୟୀ, ଗତକାଲି ମୁଖ୍ୟମନ୍ତ୍ରୀ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍ ଅନ୍ତର୍ଗତ କସପା ଓ ତରପଡ଼ା ପଞ୍ଚାୟତର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ରାମଚନ୍ଦ୍ରପୁର, ବାଲଦା ଏବଂ ଦୋଭାବିଲ ଗ୍ରାମର ଭାଇ ଓ ଭଉଣୀମାନଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରି ସେମାନଙ୍କ ସୁରକ୍ଷା ଓ ଆବଶ୍ୟକ ସହାୟତା ଯୋଗାଇବା ଆମ ସରକାରଙ୍କ ପ୍ରଥମ ପ୍ରାଥମିକତା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । “ପ୍ରତ୍ୟେକ ପ୍ରଭାବିତ ପରିବାର ନିକଟରେ ତୁରନ୍ତ ରିଲିଫ, ସୁଖିଲା ଓ ରନ୍ଧା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଏବଂ ସ୍ୱାସ୍ଥ୍ୟ ସେବା ପହଞ୍ଚାଯାଉଛି। ଏହି ସଙ୍କଟ ସମୟରେ ଆମ ସରକାର ଜନସାଧାରଣଙ୍କ ସହ ଦୃଢ଼ ଭାବେ ଛିଡ଼ା ହୋଇଛନ୍ତି,”। ବନ୍ୟା ଘେରରେ ଥିବା ଲୋକଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି । ବନ୍ୟା ପ୍ରଭାବିତ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଆବଶ୍ୟକତା ଅନୁଯାୟୀ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି । ବନ୍ୟାରେ ପ୍ରଭାବିତ ପ୍ରାଣୀସମ୍ପଦର ସୁରକ୍ଷା ଓ ଆବଶ୍ୟକ ସହାୟତା ପାଇଁ ମଧ୍ୟ ତତ୍ପରତାର ସହ ପଦକ୍ଷେପ ନିଆଯାଉଛି । ଏହି କଠିନ ସମୟରେ ପ୍ରଭାବିତଙ୍କ ପାଖରେ ରହି ସରକାର ଦୃଢ଼ତାର ସହ କାର୍ଯ୍ୟ କରୁଛି । ରିଲିଫ୍, ସହାୟତା ଓ ଉଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରି ସ୍ଥିତିକୁ ସ୍ୱାଭାବିକ କରିବା ଦିଗରେ ସମସ୍ତ ପ୍ରୟାସ ଜାରି ରହିଛି। ବନ୍ୟା ପରିସ୍ଥିତିରେ ପ୍ରଭାବିତ ଲୋକଙ୍କ ସୁରକ୍ଷା ସହ ଆବଶ୍ୟକ ସାମଗ୍ରୀ, ପାନୀୟ ଜଳ, ଖାଦ୍ୟ ଓ ଚିକିତ୍ସା ସେବା ସୁନିଶ୍ଚିତ କରାଯାଉଛି। ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ପ୍ରଭାବିତ ଲୋକଙ୍କୁ ଆବଶ୍ୟକତା ଅନୁଯାୟୀ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯିବା ସହ ଆଶ୍ରୟସ୍ଥଳୀରେ ଆବଶ୍ୟକ ସୁବିଧା ଯୋଗାଇ ଦିଆଯାଉଛି । ସ୍ଥିତିର ନିରନ୍ତର ଅନୁଧ୍ୟାନ ସହ ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ବିଭାଗ ସଜାଗ ରହିଛି ।

Comments are closed, but trackbacks and pingbacks are open.