ଗ୍ୟାସ୍ ଲିକ୍‌ରୁ ଅଗ୍ନିକାଣ୍ଡ: ୪ ବର୍ଷର ଶିଶୁ ମୃତ, ବାପା-ମା ଗୁରୁତର

25

ଭୁବନେଶ୍ବର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅରାବଳ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଅଭିରାମ ମଲିକଙ୍କ ଘରେ ଚା ଓ ରୁଟି ତିଆରି ହେଉଥିବା ବେଳେ ହଠାତ୍ ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗିଯାଇଥିଲା। ଫଳରେ ଘରେ ଥିବା ଅଭିରାମ, ତାଙ୍କ ସ୍ତ୍ରୀ ଓ ୪ ବର୍ଷର ଶିଶୁ କନ୍ୟା ଗୁରୁତର ଭାବେ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ଶିଶୁ କନ୍ୟାଟିକୁ ମୃତ ଘୋଷଣା କରିଥିଲେ। ସ୍ୱାମୀ ଓ ସ୍ତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଉଭୟଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ସହ ତଦନ୍ତ ଜାରି ରଖିଛନ୍ତି। ଏହି ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି।

Comments are closed, but trackbacks and pingbacks are open.