କର୍ମଭୂମି ଟ୍ରେନ୍‌ରେ ଲାଗିଲା ନିଆଁ, ଜଳିଗଲା ୪ ବଗି

7

ନୂଆଦିଲ୍ଲୀ: ଆଜି ଅପରାହ୍ଣରେ କର୍ମଭୂମି ଏକ୍ସପ୍ରେସରେ ନିଆଁ ଲାଗିଯାଇଥିବା ଖବର ମିଳିଛି । ପଞ୍ଜାବର ପଟିଆଲା ନିକଟରେ ଏହି ଅଗ୍ନିକାଣ୍ଡ ଘଟିଛି । ଟ୍ରେନର ଚାରିଟି ବଗିରେ ନିଆଁ ଲାଗିଥିବା ଜଣାପଡ଼ିଛି । ସରକାରୀ ରେଳବାଇ ପୁଲିସ (ଜିଆରପି) ଏସ୍‌ଏଚ୍‌ଓ ଗୁରପ୍ରୀତ ସିଂହ କହିଛନ୍ତି ଯେ ଗୋଟିଏ ବଗିର ଏକ ଫ୍ୟାନ୍‌ରେ ଶର୍ଟ ସର୍କିଟ୍ ହେବାରୁ ଏହି ଅଗ୍ନିକାଣ୍ଡ ଘଟିଥିଲା। ପରେ ଏହା ଅନ୍ୟ ବଗିଗୁଡ଼ିକୁ ବ୍ୟାପୀ ଯାଇଥିଲା। ନିଆଁ ଲାଗିବା ଦେଖି ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲା। ଟ୍ରେନ୍ ରହିବା ପରେ ଯାତ୍ରୀମାନେ ଓହ୍ଲାଇ ଯାଇଥିଲେ। ଦେଖୁ ଦେଖୁ ନିଆଁ ଗୋଟିଏ ପରେ ଗୋଟିଏ ୪ଟି ବଗିକୁ ବ୍ୟାପୀ ଯାଇଥିଲା। ଟ୍ରେନ୍‌ରେ ନିଆଁ ଲାଗିଥିବା ଖବର ପାଇବା ପରେ ରେଳବାଇର ଅନେକ ଅଧିକାରୀ ଓ ସୁରକ୍ଷା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଟ୍ରେନ୍‌ଟିକୁ ନିଆଁ ଲାଗିଥିବା ବଗିଗୁଡ଼ିକଠାରୁ ଅଲଗା କରାଯାଇଥିଲା। ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଯାତ୍ରୀମାନଙ୍କୁ ଅନ୍ୟ ଏକ ଟ୍ରେନ୍‌ରେ ଗନ୍ତବ୍ୟସ୍ଥଳକୁ ପଠାଇବାକୁ ବ୍ୟବସ୍ଥା କରାଯାଇଥିଲା। ତେବେ ଆଶ୍ୱସ୍ତି କଥା ହେଉଛି, ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।

Comments are closed, but trackbacks and pingbacks are open.