ଚଳନ୍ତା ଟ୍ରକରେ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ଔଷଧ ସାମଗ୍ରୀ ପୋଡ଼ି ନଷ୍ଟ

27

ଭୁବନେଶ୍ବର: ବୌଦ୍ଧ ଜିଲ୍ଲାରୁ ଏକ ବଡ଼ଧରଣର ଦୁର୍ଘଟଣା ସାମ୍ନାକୁ ଆସିଛି। ଜିଲ୍ଲାର ୫୭ ନଂ ଜାତୀୟ ରାଜପଥ ଗୁଦୁଗୁଦା ସାନ ନାଳିଆ ନିକଟରେ ଏକ ଚଳନ୍ତା କଫ୍ ସିରଫ୍ ବୋଝେଇ ଟ୍ରକ୍ରେ ହଠାତ୍ ଭୟଙ୍କର ନିଆଁ ଲାଗିଯିବାରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଉକ୍ତ ଟ୍ରକ୍‌ଟି ଭୁବନେଶ୍ୱରରୁ ବଲାଙ୍ଗୀର ଅଭିମୁଖେ ଯାଉଥିବା ସମୟରେ ହଠାତ୍ ଏଥିରେ ନିଆଁ ଲାଗିଯାଇଥିଲା। ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ କିଛି ବୁଝିବା ପୂର୍ବରୁ ଟ୍ରକରେ ଥିବା ସମସ୍ତ ସାମଗ୍ରୀ ଜଳିଯାଇଥିଲା। ତେବେ ଟ୍ରକ୍ରେ ହଠାତ୍ କିପରି ନିଆଁ ଲାଗିଲା, ସେ ସମ୍ପର୍ଣ୍ଣ କାରଣ ଏଯାଏଁ ଅସ୍ପଷ୍ଟ ରହିଛି। ଅଗ୍ନିକାଣ୍ଡ ପରେ ଟ୍ରକ୍ ଡ୍ରାଇଭର୍ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।ଖବର ପାଇ ମନମୁଣ୍ଡା ଥାନା ପୋଲିସ୍ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରଖିଛି।

Comments are closed, but trackbacks and pingbacks are open.