ICSE Semester-2 ପରୀକ୍ଷାରେ କେମିତି ସଫଳତା ପାଇବେ, ଜାଣନ୍ତୁ ଏନେଇ କ’ଣ କହୁଛନ୍ତି ଏକ୍ସପର୍ଟ

47

ଆସନ୍ତା ୨୫ ତାରିଖଠାରୁ ଇଣ୍ଡିଆନ ସାର୍ଟିଫିକେଟ ଅଫ୍ ସେକେଣ୍ଡାରୀ ଏଜୁକେସନ (ଆଇସିଏସଇ) ସେମିଷ୍ଟର-୨ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ପରୀକ୍ଷାର ପ୍ରଥମ ଦିନ ଇଂରାଜୀ ବିଷୟ ରହିଥିବା ବେଳେ ଛାତ୍ରଛାତ୍ରୀ ନିଜର ପେପରକୁ ଭଲ କରିବା ପାଇଁ ଚେଷ୍ଟା କରିବେ । ତେବେ ଆପଣମାନେ ପରୀକ୍ଷା ପ୍ରସ୍ତୁତି ପାଇଁ ଏକ୍ସପର୍ଟଙ୍କ କିଛି ଟିପ୍ସକୁ ଫଲୋ କରି ସମସ୍ତ ସବଜେକ୍ଟରେ ଭଲ ସ୍କୋର ହାସଲ କରିପାରିବେ ।
୧- ଲାଷ୍ଟ ମିନିଟରେ ପରୀକ୍ଷାର୍ଥୀମାନେ ସ୍ମାର୍ଟଲି ପ୍ଲାନିଂ କରିବା ଆବଶ୍ୟକ । ଆପଣମାନେ ଯେଉଁ ବିଷୟରେ ଦୁର୍ବଳ ଥିବେ, ସେଥିପାଇଁ ଅଧିକ ସମୟ ନଷ୍ଟ କରିବା ଅନୁଚିତ୍ ।

୨- ସାମ୍ପୂଲ ପେପର ଓ ମକ୍ ଟେଷ୍ଟ ପରୀକ୍ଷାରେ ଭଲ କରିବା ପାଇଁ ଏକ ଭଲ ଅପ୍ସନ । ଉପଯୁକ୍ତ ପରିବେଶରେ ଆପଣମାନେ ପରୀକ୍ଷା ସମ୍ବଳିତ ପ୍ରଶ୍ନସେଟ୍ ଅଭ୍ୟାସ କରିପାରିବେ ।

୩- ଆପଣମାନେ ପରୀକ୍ଷା ପାଇଁ ନିୟମିତ ପ୍ରସ୍ତୁତି ଚଳାଇଥିବା ବେଳେ ପ୍ଲାନିଂ ମୁତାବକ ବ୍ରେକ୍ ନେବା ନିହାତି ଜରୁରୀ । ଆପଣମାନେ ବ୍ରେକ୍ ସମୟରେ ମ୍ୟୁଜିକ ଶୁଣିପାରିବେ ବା ପରିବାର ସଦସ୍ୟଙ୍କ ସହ ଚାଟ୍ କରିପାରିବେ ।

୪- ପଢ଼ିବା ସମୟରେ ମଝିରେ ମଝିରେ ବ୍ରେକ ନେବା ଦ୍ୱାରା ଆପଣଙ୍କର ବ୍ରେନ ରିଲାକ୍ସ ହୋଇଥାଏ ଓ ପଢ଼ିବା ନିମନ୍ତେ ଉତ୍ସାହ ଆସିଥାଏ । ସବୁ ସମୟରେ ଅନ୍ୟ କଥା ନ ଭାବି କେବଳ ପାଠ ଉପରେ ଫୋକସ୍ କରନ୍ତୁ ।

୫- ପରୀକ୍ଷାର ପ୍ରଥମ ୧୫ ମିନିଟ ଆପଣଙ୍କୁ ପେପରରେ ଉତ୍ତର ଲେଖିବାକୁ ଅନୁମତି ନାହିଁ । ତେଣୁ ଏହି ସମୟରେ ଆପଣମାନେ ପ୍ରଶ୍ନପତ୍ରକୁ ଭଲ ଭାବେ ପଢ଼ିନେବା ଦରକାର ।

Comments are closed, but trackbacks and pingbacks are open.