ଆଜି ପ୍ରକାଶ ପାଇବ ଆଇସିଏସଇ ଦଶମ ଓ ଆଇଏସସି ଦ୍ୱାଦଶ ପରୀକ୍ଷା ଫଳ

43

ଭୁବନେଶ୍ୱର : ଭାରତୀୟ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷା ପରିଷଦ (ସିଆଇଏସସିଇ) ଦ୍ୱାରା ପରିଚାଳିତ ଦଶମ ଆଇସିଏସଇ ଏବଂ ଦ୍ୱାଦଶ (ଆଇଏସସି) ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ । ଆଜି ଅପରାହ୍ନ ୩ ଟା ବେଳକୁ ପ୍ରକାଶ ପାଇବ । ଏନେଇ ସିଆଇଏସସିଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ପରିକ୍ଷାର୍ଥୀ ମାନେ ୱେବସାଇଟ (www.cisce.org/results. cisce. org)କୁ ଲଗଇନ କରି ପରୀକ୍ଷା ଫଳ ପାଇପାରିବେ କିମ୍ବା ଏସଏମଏସ୍ ଜରିଆରେ ମଧ୍ୟ ଆଇସିଏସଇ ଏବଂ ଆଇଏସସି ପରୀକ୍ଷା ଫଳ ପାଇପାରିବେ ।ଏଥିସହ ସ୍କୁଲ ପ୍ରିନ୍ସପାଲଙ୍କ ଲଗଇନ୍ ଆଇଡି ଏବଂ ପାସୱାର୍ଡ ବ୍ୟବହାର କରି ପରିଷଦର କ୍ୟାରିଅର ପୋର୍ଟାଲରେ ଲଗଇନ୍ କରି ମଧ୍ୟ ପରୀକ୍ଷା ଫଳ ପାଇପାରିବେ ।

ଚଳିତ ବର୍ଷ ପ୍ରାୟ ୨.୫ ଲକ୍ଷ ଛାତ୍ରଛାତ୍ରୀ ସିଆଇଏସସିଇ ପରୀକ୍ଷା ଦେଇଛନ୍ତି ।ଦଶମ ଶ୍ରେଣୀ ବା ଆଇସିଏସଇ ପରୀକ୍ଷା ଫେବ୍ରୁଆରୀ ୨୭ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୯ ତାରିଖରେ ସରିଥିଲା । ସେହିପରି ଦ୍ୱାଦଶ ଶ୍ରେଣୀ ବା ଆଇଏସସି ପରୀକ୍ଷା ଫେବ୍ରୁଆରୀ ୧୩ ତାରିଖରୁ ଆରମ୍ଭ ହୋଇ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିଥିଲା । ପରୀକ୍ଷା ଫଳ ବାହାରିବା ନେଇ ଛାତ୍ରଛାତ୍ରୀ ମାନେ ବେଶ୍‌ ଉତ୍ସାହିତ ଅଛନ୍ତି ।

Comments are closed, but trackbacks and pingbacks are open.