ଭୁବନେଶ୍ୱର: ସମବାୟ ସଂସ୍ଥାରେ ଚାଷୀଙ୍କ ପାଇଁ ହେବ ‘ଏଗ୍ରିଷ୍ଟାକ୍ ଆଇଡି’ । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଚାଷୀ ସମବାୟ ସଂସ୍ଥା ଆସି ନ ପାରିଲେ ସରକାର ଚାଷୀଙ୍କ ପାଖକୁ ଯିବ । ଯେଉଁମାନେ ରାଜ୍ୟରେ ନଥିବେ ସେମାନେ ଭିସି ଜରିଆରେ ସେମାନଙ୍କର ପଞ୍ଜୀକରଣ କରିପାରିବେ । ଏହି ପରିଚୟ ପତ୍ରରେ ଚାଷୀଙ୍କ ଚାଷ ସମ୍ପର୍କିତ ବିଭିନ୍ନ ତଥ୍ୟ ସହ ଚାଷ ଋଣ, ବିହନ, ସାର ଆଦି ସମ୍ପର୍କିତ ସୂଚନା ରହିବ। ୩୧ ତାରିଖ ଯାଏଁ ଏହି ପଞ୍ଜୀକରଣ ହେବ । ତେବେ ଆବଶ୍ୟକ ହେଲେ ଅବଧି ବଢ଼ିବ ବୋଲି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ। ଏହି ପ୍ରକ୍ରିୟାକୁ ସଫଳ କରିବା ପାଇଁ କୃଷି, ରାଜସ୍ୱ ଓ ସମବାୟ ବିଭାଗର ଅଧିକାରୀମାନେ ମିଳିତ ଭାବେ କାର୍ଯ୍ୟ କରିବେ। ଏନେଇ ଆୟୋଜିତ ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକରେ କୃଷି, ସମବାୟ, ରାଜସ୍ୱ ଓ ଯୋଗାଣ ବିଭାଗର ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ପଞ୍ଜୀକରଣ ପ୍ରକ୍ରିୟାକୁ କିପରି ଆହୁରି ସରଳ କରାଯିବ, ସେନେଇ ଆଲୋଚନା କରିଛନ୍ତି। ପଞ୍ଜୀକରଣ ସରିବା ପରେ ଚାଷୀଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ପତ୍ର ପ୍ରଦାନ କରାଯିବ।
Comments are closed, but trackbacks and pingbacks are open.