ଚାଷୀଙ୍କୁ ଆଶ୍ୱସ୍ତି, ରବି ଧାନ କିଣା ଅବଧି ଜୁଲାଇ ୩ ପର୍ଯ୍ୟନ୍ତ ବୃଦ୍ଧି

24

ଭୁବନେଶ୍ୱର: ରାଜ୍ୟର ୫ଟି ଜିଲ୍ଲାରେ ଏବେ ବି ଚାଷୀଙ୍କ ଧାନ ପଡ଼ି ରହିଥିବାରୁ ସରକାର ଏକ ନିଷ୍ପତ୍ତି ନେଇଛନ୍ତି। ଯୋଗାଣ ବିଭାଗ ରାଜ୍ୟରେ ରବି ଧାନ କିଣା ଅବଧିକୁ ଆସନ୍ତା ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛି । ମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ, ନୂଆପଡ଼ା, ବାଲେଶ୍ୱର ସମେତ ଆଉ ୩ଟି ଜିଲ୍ଲାର ମଣ୍ଡିରେ ଏବେ ବି ଧାନ ପଡ଼ି ରହିଛି। ଚାଷୀ ଯେମିତି ଅସୁବିଧାର ସମ୍ମୁଖୀନ ନହେବେ, ସେଥିପାଇଁ ଧାନ କିଣା ସମୟ ସୀମାକୁ ୩ ତାରିଖ ଯାଏଁ ବଢ଼ାଯାଇଛି। ଚଳିତ ରବି ଋତୁରେ ଏପର୍ଯ୍ୟନ୍ତ ୩ ଲକ୍ଷ ୩୬ ହଜାର ୫୨ ଜଣ କୃଷକଙ୍କଠାରୁ ୧୮ ଲକ୍ଷ ୭୯ ହଜାର ୯୧୯ ମେଟ୍ରିକ ଟନ୍ ଧାନ ସୁରୁଖୁରୁରେ କିଣାସରିଛି। ଚଳିତ ବର୍ଷ ସରକାର ୨୦ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହର ଲକ୍ଷ୍ୟଧାର୍ଯ୍ୟ କରିଥିଲେ, ଯାହା ଆଗାମୀ ୩ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ପୂରଣ ହୋଇଯିବ ବୋଲି ମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି।

Comments are closed, but trackbacks and pingbacks are open.