ଆସନ୍ତା ୩୧ ତାରିଖ ଯାଏଁ ଚାଷୀ ପଞ୍ଜିକରଣ

15

ଭୁବନେଶ୍ୱର: ୨୦୨୬-୨୭ ଖରିଫ ଋତୁରେ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଚାଷୀମାନେ ନିଜ ଜମିର ପରିମାଣ ଓ ବିକ୍ରି କରିବାକୁ ଥିବା ଧାନର ପରିମାଣ ପଞ୍ଜିକରଣ କରିବା ପାଇଁ ସରକାର ଆସନ୍ତା ୩୧ ତାରିଖକୁ ଶେଷ ତାରିଖ ଭାବେ ଧାର୍ଯ୍ୟ କରିଛନ୍ତି। ସମ୍ପୃକ୍ତ ସେବା ସମବାୟ ସମିତି  କିମ୍ବା ୱେବସାଇଟ୍ (www.foododisha.in) ମାଧ୍ୟମରେ ଚାଷୀମାନେ ନିଜର ଆଧାର କାର୍ଡ ଓ ଜମି ଜମା ବିବରଣୀ ପ୍ରଦାନ କରି ନାମ ପଞ୍ଜିକରଣ କରିପାରିବେ। ଆସନ୍ତା ନଭେମ୍ବର ୧, ୨୦୨୬ ରୁ ୩୧ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିବ।

Comments are closed, but trackbacks and pingbacks are open.