ଭାଙ୍ଗି ଦିଆଗଲା ମମତା ବାନାର୍ଜୀଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା ପ୍ରସିଦ୍ଧ ଫୁଟବଲ୍ ପ୍ରତିମା

33

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ରାଜନୀତିକ ପରିବର୍ତ୍ତନ ପରେ ଏବେ ପ୍ରଶାସନିକ ସ୍ତରରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। କୋଲକାତାର ପ୍ରସିଦ୍ଧ ସଲ୍ଟ ଲେକ୍ ଷ୍ଟାଡିୟମ ବାହାରେ ଥିବା ଏକ ବିବାଦୀୟ ଫୁଟବଲ୍ ପ୍ରତିମାକୁ ଭାଙ୍ଗି ଦିଆଯାଇଛି। ଶରୀରରୁ ଅଲଗା ଦୁଇଟି ଗୋଡ଼ ଏବଂ ତା’ ଉପରେ ଏକ ଫୁଟବଲ୍ ଥିବା ଏହି ଭାସ୍କର୍ଯ୍ୟଟି ଦିନେ ଷ୍ଟାଡିୟମ ତଥା ସମଗ୍ର ବଙ୍ଗଳାରେ ଫୁଟବଲ୍ କ୍ରେଜ୍‌ର ପ୍ରତୀକ ପାଲଟିଥିଲା। ଏହି ସ୍ଥାପତ୍ୟକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଡିଜାଇନ୍ କରିଥିଲେ। ରାଜ୍ୟରେ ନୂତନ ଭାବେ ବିଜେପି କ୍ଷମତାସୀନ ହେବା ଏବଂ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ସରକାର ଗଠନ ପରେ ଏହି ବଡ଼ କଦକ୍ଷେପ ନିଆଯାଇଛି। ସୂଚନାଯୋଗ୍ୟ ଯେ, ମନ୍ତ୍ରୀ ନିଶିଥ ପ୍ରାମାଣିକ ଏହି ପ୍ରତିମାକୁ ହଟାଇବା ପାଇଁ ଆହ୍ୱାନ ଦେଇ ବିବୃତ୍ତି ଜାରି କରିବା ପରେ ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Comments are closed, but trackbacks and pingbacks are open.