ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍ ୨୦୨୬ ପାଇଁ ଇଂଲଣ୍ଡ ନିଜର ଶକ୍ତିଶାଳୀ ଦଳ ଘୋଷଣା କରିଛି। ଆଉ ଏକ ବିଶ୍ୱବିଜୟୀ ଟ୍ରଫି ହାସଲ କରିବା ଲକ୍ଷ୍ୟ ନେଇ ଏଥର ଇଂଲଣ୍ଡ ପଡ଼ିଆକୁ ଓହ୍ଲାଇବ। ବିଗତ କିଛି ବର୍ଷ ହେବ ଦଳ ଚମତ୍କାର ପ୍ରଦର୍ଶନ କରୁଥିଲେ ମଧ୍ୟ ଚୂଡ଼ାନ୍ତ ବିଜୟୀ ହେବାରେ ସଫଳ ହୋଇପାରି ନାହିଁ। ସୂଚନାଯୋଗ୍ୟ ଯେ, ଇଂଲଣ୍ଡ ଶେଷ ଥର ପାଇଁ ୧୯୬୬ ମସିହାରେ ଏହି ମେଗା ଟାଇଟଲ୍ ଜିତିବାର ଗୌରବ ଅର୍ଜନ କରିଥିଲା। ଚଳିତ ବିଶ୍ୱକପ୍ରେ ଇଂଲଣ୍ଡକୁ ‘ଗ୍ରୁପ୍-ଏଲ୍’ରେ ସ୍ଥାନ ଦିଆଯାଇଛି। ଏହି ଗ୍ରୁପ୍ରେ ଇଂଲଣ୍ଡ ବ୍ୟତୀତ କ୍ରୋଏସିଆ, ଘାନା ଏବଂ ପାନାମା ଭଳି ଦଳ ସାମିଲ ଅଛନ୍ତି। ବିଶେଷଜ୍ଞଙ୍କ ମତରେ ଏହି ଗ୍ରୁପ୍କୁ ସହଜ ବୋଲି କୁହାଯାଇପାରିବ ନାହିଁ, କାରଣ କ୍ରୋଏସିଆ ଭଳି ଏକ ଅଭିଜ୍ଞ ଦଳ ବଡ଼ ମ୍ୟାଚ୍ଗୁଡ଼ିକରେ ପ୍ରତିପକ୍ଷ ଉପରେ ଚାପ ସୃଷ୍ଟି କରିବାର ସମ୍ପୂର୍ଣ୍ଣ କ୍ଷମତା ରଖିଛି। ସେହିପରି ଘାନା ଓ ପାନାମା ଭଳି ଦଳ ମଧ୍ୟ ଯେକୌଣସି ସମୟରେ ବଡ଼ ଓଲଟଫେର କରିବାର ସାମର୍ଥ୍ୟ ରଖନ୍ତି।
Comments are closed, but trackbacks and pingbacks are open.