ହାତୀ ଉପଦ୍ରବ: ସ୍ୱାମୀଙ୍କୁ କଚାଡ଼ି ମାରିଲା ହାତୀ, ଅଳ୍ପକେ ବର୍ତ୍ତିଗଲେ ସ୍ତ୍ରୀ

19

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲାରେ ପୁଣି ଥରେ ହାତୀ ଆତଙ୍କ ଦେଖାଦେଇଛି। ସପ୍ତାହକ ମଧ୍ୟରେ ପୃଥକ୍ ହାତୀ ଆକ୍ରମଣରେ ଜଣେ ୫୫ ବର୍ଷୀୟ ବୃଦ୍ଧଙ୍କ ଜୀବନ ଯାଇଛି। ଦକ୍ଷିଣ ବନଖଣ୍ଡ ଅଧୀନ ବିଶ୍ୱନାଥପୁର ରେଞ୍ଜର ଲାଞ୍ଜିଗଡ଼ ସେକ୍ସନ ଅନ୍ତର୍ଗତ କାଣ୍ଡଗୁଡ଼ା ଗାଁ ନିକଟରେ ଏହି ମର୍ମନ୍ତୁଦ ଘଟଣା ଘଟିଥିବା ବେଳେ ମୃତକ ହେଲେ ଗାଁର ବଳ ମାଝୀ। ଖବର ପାଇ ସ୍ଥାନୀୟ ଲୋକଙ୍କ ସହ ବିଜେପୁର ଥାନାଧିକାରୀ ତୁଳସୀ ରାମ ଶବର, ଫରେଷ୍ଟର ଧରଣୀଧର ପଣ୍ଡା ଓ ମୂଷାନାଲ ଫରେଷ୍ଟର ଚିନ୍ତାମଣି ମାଝୀ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଛନ୍ତି। ପୁଲିସ ଓ ବନ ବିଭାଗ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି। ଘଟଣାର ତଦନ୍ତ ପ୍ରକ୍ରିୟା ଶେଷ ହେବା ପରେ ମୃତକଙ୍କ ପରିବାରକୁ ନିୟମାନୁସାରେ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ବିଶ୍ୱନାଥପୁର ରେଞ୍ଜର ନରୋତ୍ତମ ମାଝୀ ସୂଚନା ଦେଇଛନ୍ତି।

Comments are closed, but trackbacks and pingbacks are open.