ପ୍ରଚାର ବେଳେ ରାହୁଲ ଗାନ୍ଧୀଙ୍କ ହେଲିକପ୍ଟର ଯାଞ୍ଚ କଲେ ନିର୍ବାଚନ ଅଧିକାରୀ

39

ଚେନ୍ନାଇ: ନିର୍ବାଚନୀ ପ୍ରଚାର ବେଳେ ଯାଞ୍ଚ ହେଲା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ହେଲିକପ୍ଟର । ହେଲିକପ୍ଟର ଅବତରଣ କରିବା ପରେ ଫ୍ଲାଇଂ ସ୍କ୍ୱାଡ ଅଧିକାରୀମାନେ ତାଙ୍କ ହେଲିକପ୍ଟରର ତଲାସୀ ନେଇଛନ୍ତି । ଆଜି ରାହୁଲ ପ୍ରଚାର ପାଇଁ ତାଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟନାଡ ଅଭିମୁଖେ ଯାଉଥିବାବେଳେ ଏହି ଘଟଣା ସାମ୍ନାକୁ ଆସିଛି ।

ରାହୁଲ ଦ୍ୱିତୀୟ ଥର ପାଇଁ ଲଗାତର ଭାବେ ୱାୟନାଡରୁ ନିର୍ବାଚନ ଲଢୁଛନ୍ତି । ଯେଉଁଠି ଏପ୍ରିଲ ୨୬ ତାରିଖରେ ମତଦାନ ଅନୁଷ୍ଠିତ ହେବ । ସେନେଇ ଆଜି ସେ ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ କେରଳର ୱାୟନାଡ ଅଭିମୁଖେ ଯାଉଥିଲେ, ଯେଉଁଠାରେ ତାଙ୍କର ସାଧାରଣ ସଭା ସମେତ ଅନେକ ସାଧାରଣ କାର୍ଯ୍ୟକ୍ରମ ରହିଛି ।

ହେଲେ ଏହା ପୂର୍ବରୁ ତାମିଲନାଡୁର ନିଳଗିରିରେ ତାଙ୍କ ହେଲିକପ୍ଟର ଅବତରଣ କରିବା ସମୟରେ ଫ୍ଲାଇଂ ସ୍କ୍ୱାଡ ଅଧିକାରୀମାନେ ତାଙ୍କ ହେଲିକପ୍ଟର ଭିତରେ ପଶି ଖୋଳତାଡ ଆରମ୍ଭ କରିଥିବା ପୁଲିସ ସୂଚନା ଦେଇଛି । ଏହି ଘଟଣା ପରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଅସନତୋଷର ବାତ୍ତାବରଣ ଦେଖିବାକୁ ମିଳିଛି । ହେଲେ ଏପର୍ଯ୍ୟନ୍ତ ଏ ବିଷୟରେ ରାହୁଲ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।

Comments are closed, but trackbacks and pingbacks are open.