ଶୀତଦିନେ ଖାଆନ୍ତୁ’ମଟର ଛୁଇଁ’ ପ୍ରୋଟିନରେ ହୋଇଥାଏ ଭରପୁର

18

ଶୀତଦିନେ ପ୍ରଚୁର ପରିମାଣରେ ସବୁଜ ପନିପରିବା ମିଳିଥାଏ I ଏହା ଆମ ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ I ସେହିପରି ଆଜି ଆମେ ଆପଣଙ୍କ ପାଇଁ ‘ମଟର ଛୁଇଁ’ ବିଷୟରେ କହୁଛୁ I ପ୍ରୋଟିନରେ ଭରପୂର ଥିବା ଏହି ସବୁଜ ସବୁଜ ମଟର ଦାନା ଗୁଡିକରେ ଭରପୁର ମାତ୍ରାରେ ଭିଟାମିନ ଥାଏ I ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ସବୁଜ ମଟର ହେଉଛି ପୁଷ୍ଟିକର ଖାଦ୍ୟର ଭଣ୍ଡାର I ‘ମଟର ଛୁଇଁ’ ଏପରି ଏକ ପରିବା ଯେଉଁଥିରେ ପ୍ରାୟ ସମସ୍ତ ପ୍ରକାର ପୋଷକ ତତ୍ତ୍ୱ ଏକାଠି ମିଳିଥାଏ I
ମଟର ଛୁଇଁ ରେ ମିଳୁଥିବା ପୁଷ୍ଟିକର ଖାଦ୍ୟ
ଏଥିରେ ଅନେକ ପ୍ରକାରର ଭିଟାମିନ୍ ଯେପରିକି A, B, C, E, K ମିଳିଥାଏ I ଏହା ବ୍ୟତୀତ ମଟର ଜିଙ୍କ, ପୋଟାସିୟମ୍ ଏବଂ ଫାଇବରରେ ଭରପୂର ଅଟେ I ମଟରରେ ଅନେକ ପ୍ରକାରର ମିନେରାଲ୍ସ, ଆଣ୍ଟିଅକ୍ସିଡାଣ୍ଟ ଏବଂ ଫାଇଟୋନ୍ୟୁଟ୍ରିଏଣ୍ଟସ୍ ମିଳିଥାଏ, ଯାହା ଆଖିକୁ ସୁରକ୍ଷା ଦେବାଠାରୁ ଆରମ୍ଭ କରି କର୍କଟ ରୋଗ ସହିତ ଲଢ଼ିବା ରେ ଅତ୍ୟନ୍ତ ଉପଯୋଗୀ I

ପ୍ରୋଟିନ୍ ରେ ଭରପୁର ମଟର ଛୁଇଁ
ଡାଏଟ୍ ବିଶେଷଜ୍ଞ ଡକ୍ଟର ରଂଜନ ସିଂଙ୍କ ଅନୁଯାୟୀ, ମଟର ଛୁଇଁ ରେ ପାଳଙ୍ଗରୁ ଅଧିକ ପ୍ରୋଟିନ୍ ମିଳିଥାଏ । ୧୦୦ ଗ୍ରାମ ମଟରରେ 5g ପ୍ରୋଟିନ୍ ମିଳିଥାଏ I ମଟର ଛୁଇଁ ଏକ ଫାଇବର ସମୃଦ୍ଧ ଖାଦ୍ୟ, ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ଥାଏ Iଆସନ୍ତୁ ଜାଣିବା ଏହାର ଜବରଦସ୍ତ ଲାଭ I
ଆଖି ପାଇଁ ଲାଭଦାୟକ
ୱେବଏମଡି ସମ୍ବାଦ ଅନୁଯାୟୀ, ମଟରରେ କାରୋଟିନଏଡ ଲୁଟେନ ଏବଂ ଜିଆକ୍ସାଣ୍ଟିନ୍ ମିଳିଥାଏ, ଯାହା ଆଖିକୁ ମୋତିଆବିନ୍ଦୁ ଠାରୁ ଆରମ୍ଭ କରି ଅନେକ ରୋଗରୁ ରକ୍ଷା କରିଥାଏ I
ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ
ଡକ୍ଟର ରଂଜନ ସିଂ କହିଛନ୍ତି ଯେ ସବୁଜ ମଟରରେ ଅନେକ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ।
ସ୍ମରଣ ଶକ୍ତି ବଢ଼ାଇଥାଏ I
ମଟର ଛୁଇଁ ରକ୍ତରେ ଶର୍କରା ପରିମାଣକୁ ସନ୍ତୁଳିତ କରିବାରେ ସାହାଯ୍ୟ କରେ I ଏହା ଶରୀରକୁ ଶୀଘ୍ର ଶକ୍ତି ଯୋଗାଇଥାଏ I ସ୍ମରଣ ଶକ୍ତି ବୃଦ୍ଧିରେ ଏହା ମଧ୍ୟ ପ୍ରଭାବଶାଳୀ ହୋଇଥାଏ I

ଆଣ୍ଟି-ଇନଫ୍ଲାମେଟୋରୀ I
ମଟର ଛୁଇଁ ରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ବା ଜ୍ବଳନଶୀଳତା ଗୁଣ ରହିଛି I ଏହି କାରଣରୁ, ଏହା ମଧୁମେହ, ହୃଦରୋଗ ଏବଂ ଆର୍ଥ୍ରାଇଟିସର ଆଶଙ୍କା କୁ ହ୍ରାସ କରିଥାଏ Iମଟର ଛୁଇଁ ମୋଟାପଣ ରେ ପ୍ରଭଶାଳୀ
ମଟର ଛୁଇଁ କେବଳ ହଜମକାରୀ ଖାଦ୍ୟ ନୁହେଁ, ଏହା ମେଟାବୋଲିକ୍ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣିଥାଏ I ଶରୀରରେ କ୍ଷତି କାରକ ଚର୍ବି କୁ ହଟାଇଥାଏ Iଏଥିରେ ପ୍ରଚୁର ପରିମାଣର ଫାଇବର ଥାଏ ଯାହା ହଜମ ପ୍ରକ୍ରିୟାକୁ ମଜବୁତ କରିବା ସହିତ ଏହା ଶରୀରେ ଗୁଡ଼ ବ୍ୟକ୍ଟେରିଆ ବଢ଼ାଇଥାଏ I

Leave A Reply

Your email address will not be published.