ଜେରା ବେଳେ ସିବିଆଇ ଅଧିକାରୀଙ୍କୁ ମାଡ଼

0 107

ଅନଲାଇନରେ ଶିଶୁଙ୍କୁ ଯୌନ ଶୋଷଣ ମାମଲାରେ ସିବିଆଇ ପକ୍ଷରୁ ଚାଲିଛି ତନାଘନା । ଓଡ଼ିଶା ର ସମ୍ପୃକ୍ତି ଥିବା ନେଇ ଆଜି ଢ଼େଙ୍କାନାଳରେ ସିବିଆଇର ୮ ଅଧିକାରୀ ପହଞ୍ଚିଥିଲେ । ଢେଙ୍କାନାଳ ର ଟାଉନ ଥାନା କଲୋନୀ ସାହିରେ ରହୁଥିବା ସୁରେନ୍ଦ୍ର ନାୟକ ଘରେ ରେଡ୍ ବେଳେ ସିବିଆଇ ଟିମ୍ କୁ ମାଡ଼ ମରାଯାଇଥିଲା I
ସୂଚନାନୁସାରେ ଆଜି ସକାଳ ୭ଟା ବେଳେ ଟାଉନ ଥାନା କଲୋନୀ ସାହିର ବାସିନ୍ଦା ସୁରେନ୍ଦ୍ର ନାଏକଙ୍କ ଘରେ ପହଞ୍ଚିଥିଲେ ଦିଲ୍ଲୀ ଓ ଭୁବନେଶ୍ୱରର ୮ ଜଣିଆ ସିବିଆଇ ଟିମ୍‌। ଏହା ପରେ ସିବିଆଇ ଟିମ୍‌ ସୁରେନ୍ଦ୍ରଙ୍କୁ ଗୋଟିଏ ଘରେ ଜେରା କରୁଥିଲା। ସକାଳ ପ୍ରାୟ ୭ଟାରୁ ଅପରାହ୍ନ ପର୍ଯ୍ୟନ୍ତ ଜେରା କରିଥିଲେ। ଜେରା ସମୟ ରେ ବିଳମ୍ବ ହେବାରୁ ଉତ୍ତେଜନା ବଢ଼ିଥିଲା । ସାହିର ବହୁ ପୁରୁଷ ଏବଂ ମହିଳା ସିବିଆଇ ଅଧିକାରୀଙ୍କୁ ଘେରିଥିଲେ । ଅଧିକାରୀଙ୍କୁ ଘରୁ ଘୋଷାଡ଼ି ଆଣି ମାରଧର କରିଥିଲେ ଲୋକେ ସେପଟେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଟିମ୍ କୁ ଉଦ୍ଧାର କଲା ଟାଉନ ଥାନା ପୋଲିସ ।
ଅଭିଯୋଗ ଅନୁସାରେ ଗତ ଦୁଇ ମାସ ତଳେ ସୁରେନ୍ଦ୍ର ନାଏକ ଦେଶୀ ଏମ୍‌ଏମ୍‌ଏସ୍‌ ନାମକ ୱେବସାଇଟ୍‌ରେ ସଦସ୍ୟ ହୋଇଥିଲେ। ସେଥିରେ ଆସୁଥିବା ଅଶ୍ଲୀଳ ଭିଡିଓକୁ ଡାଉନ୍‌ଲୋଡ୍‌ କରି ନିଜେ କ୍ରିଏଟ୍‌ କରିଥିବା ହ୍ୱାଟ୍ସଆପ୍‌ ଗ୍ରୁପ୍‌ ଓ ଅନ୍ୟାନ୍ୟ ୱେବସାଇଟ୍‌ରେ ଅପ୍‌ଲୋଡ୍‌ କରୁଥିଲେ। ସେଠାରେ ଯିଏ ଯେତେ ଭିଡ଼ିଓ ଦେଖିବ, ସେହି ହିସାବରେ ଟଙ୍କା ମିଳୁଥିଲା। ଦୁଇ ମାସରେ ତାଙ୍କୁ ୨୧ ଡଲାର (୨୦୦୦ ଟଙ୍କା ପାଖାପାଖି) ମିଳିଥିଲା।
ଏହି ଘଟଣା କ୍ରମେ ପ୍ରଘଟ ହେବାରୁ ଓଡିଶା ସମେତ ଦେଶର ୭୬ଟି ସ୍ଥାନରେ ସିବିଆଇ ଚଢ଼ାଉ କରିଛି । ୧୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସିବିଆଇ ପକ୍ଷରୁ ଯାଞ୍ଚ ଚାଲିଛି । ୮୩ ଅଭିଯୁକ୍ତଙ୍କ ବିରୋଧରେ ୨୩ଟି ମାମଲା ରୁଜୁ ହୋଇଛି । ନଭେମ୍ବର ୧୪ରେ ୮୩ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ତେବେ ଅନ୍ୟ ଏକ ସୂତ୍ରରୁ ସୂଚନା ମିଳିଛି କି ଏହି ଘଟଣାର ଲିଙ୍କ ବୋଲିଉଡ଼ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଫିଲ୍ମ ନିର୍ମାଣ ସହିତ ଥାଇପାରେ I

Leave A Reply

Your email address will not be published.