୩ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ଓଡିଶା ସାଂସଦଙ୍କୁ ଦେଲେ ଗୁରୁମନ୍ତ୍ର

22

ଓଡ଼ିଶାର ସ୍ବାର୍ଥ ପାଇଁ ୩ ଦିନଆ ଦିଲ୍ଲୀଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ସ୍ବାର୍ଥ ସମ୍ବଳିତ କିଛି ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ତାହା ସହ ଆଜି ମୁଖ୍ୟମନ୍ତ୍ରୀ ସଂସଦରେ ପହଞ୍ଚି ବିଜେଡି ସଂସଦୀୟ ଦଳ ବୈଠକରେ ଯୋଗଦେଇଛନ୍ତି । ସଂସଦର ବିଜେଡି କାର୍ଯ୍ୟାଳୟରେ ବିଜେଡି ସାଂସଦଙ୍କ ସହ ଓଡ଼ିଶାର କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା କରିଛନ୍ତି ।
ବିଜେଡି ସଂସଦୀୟ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା ସହ ରାଜ୍ୟର ସମସ୍ତ ସ୍ବାର୍ଥ ପ୍ରତି ଧ୍ୟାନ ଦେବାକୁ ସାଂସଦ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ସୂଚନା ମୁତାବକ ଆଜି କେନ୍ଦ୍ରମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଏହି ଆଲୋଚନାରେ ନବୀନ ରାଜ୍ୟରୁ ଉଷୁନା ଚାଉଳ ଉଠାଣ, କୋଇଲା ରାଜସ୍ବ ବୃଦ୍ଧି ଉପରେ ଆଲୋଚନା କରିବେ ବୋଲି କୁହାଯାଉଛି । ଏହାସହ ବକେୟା ଥିବା ଧାନ କ୍ରୟ ବାବଦ ରିହାତି, ଜିଏସଟି ବାବଦ ବକେୟା ଦେୟ ପ୍ରସଙ୍ଗରେ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିପାରନ୍ତି ବୋଲି ଅନୁମାନ କରାଯାଉଛି I
ତେବେ ଏଥର ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦି କିମ୍ବା ଗୃହ ରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଙ୍କ ସହ କୌଣସି ବୈଠକ ହେବନି । ଏନେଇ ନିଜେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଗଣମାଧ୍ୟମକୁ ନିଜେ ସୂଚନା ଦେଇଛନ୍ତି । ତା ସହ ରାଷ୍ଟ୍ରପତି ନିର୍ବାଚନ ନେଇ ସାମ୍ବାଦିକ ଙ୍କ ଏକ ଗୁରୁତ୍ତ୍ଵ ପୂର୍ଣ୍ଣ ପ୍ରଶ୍ନ ର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି ରାଷ୍ଟ୍ରପତି ନିର୍ବାଚନ ନେଇ ଶାସକ କିମ୍ବା ବିରୋଧୀ ଦଳ କେହି ତାଙ୍କ ସହ ଯୋଗାଯୋଗ କରିନାହାଁନ୍ତି ।

Comments are closed, but trackbacks and pingbacks are open.