୨୦୨୨ ସୁଦ୍ଧା ସହରାଞ୍ଚଳ ଓ ୨୦୨୪ ସୁଦ୍ଧା ଗ୍ରାମାଞ୍ଚଳର ସମସ୍ତ ପରିବାରକୁ ପାଇପ ପାଣି ଯୋଗାଇଦିଆଯିବ : ମନ୍ତ୍ରୀ

104

ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟର ସହରାଞ୍ଚଳରେ ଥିବା ସମସ୍ତ ପରିବାରକୁ ପାଇପ୍‍ ଯୋଗେ ପାନୀୟଜଳ ଯୋଗାଇ ଦିଆଯିବ ବୋଲି ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନା ଆଜି ବିଧାନସଭାରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୯୦% କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଆଜି ପ୍ରଶ୍ନକାଳରେ ବିଧାୟକମାନଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ରାଜ୍ୟର ମୋଟ୍‍ ୩୧୪ଟି ବ୍ଲକ ମଧ୍ୟରୁ ୧୬୦ଟି ବ୍ଲକରେ ୧୧୦ଟି ବୃହତ୍‍ ପାନୀୟଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହଛି ଏବଂ ୧୨ଟି ବ୍ଲକରେ ୯ଟି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ପରେ କାର୍ଯ୍ୟକ୍ଷମ ହୋଇଛି। ତେବେ ଅଧିକାଂଶ ସ୍ଥାନରେ ପାନୀୟଜଳ ପ୍ରକଳ୍ପ ସରିବାରେ ବିଳମ୍ବ ଯୋଗୁଁ ଦଳମତ ନିର୍ବିଶେଷରେ ସଦସ୍ୟମାନେ ଗୃହରେ ଉଦ୍‍ବେଗ ପ୍ରକାଶ କରିବା ସହିତ ନୂତନ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ପୁରୁଣା ପ୍ରକଳ୍ପର ରକ୍ଷଣାବେକ୍ଷଣ ସହିତ ବିଧାୟକମାନଙ୍କୁ ଟିଉବୱେଲ ସ୍ଥାପନ ପାଇଁ କ୍ଷମତା ପ୍ରଦାନ ପାଇଁ ଦାବି କରିଛନ୍ତି।

Comments are closed, but trackbacks and pingbacks are open.