ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ମେ’ ୨ ଯାଏ କଲେଜ ଓ ୟୁନିଭର୍ସିଟିର ସମସ୍ତ କ୍ଲାସ ବନ୍ଦ

28

ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟରେ ମଙ୍ଗଳବାର ଠାରୁ ସମସ୍ତ ସ୍କୁଲ ଗୁଡିକୁ ଏପ୍ରିଲ ୩୦ ଯାଏଁ ଛୁଟି ଛୁଟି ଘୋଷଣା କରାଯାଇଛି I ସେହିଭଳି ଉଚ୍ଚ ଶିକ୍ଷା ବିଭାଗର ନିଷ୍ପତ୍ତି ପରେ ବୁଧୁବାର ଠାରୁ ରାଜ୍ୟରେ ସମସ୍ତ କଲେଜ ଓ ୟୁନିଭର୍ସିଟିର ସମସ୍ତ କ୍ଲାସ ବନ୍ଦ କରା ଯିବାକୁ ନିର୍ଦେଶ ଦିଆଯାଇଛି I ଆସନ୍ତାକାଲିଠାରୁ ମେ’ ୨ ତାରଖ ଯାଏ ସମସ୍ତ କ୍ଲାସ ବନ୍ଦ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷା, ପରୀକ୍ଷା ଖାତା ମୂଲ୍ୟାୟନ ଓ ପ୍ରଶାସନିକ କାର୍ଯ୍ୟ ପୂର୍ବପରି ଜାରି ରହିବ । ଏଥି ସହିତ ୟୁଜି/ ପିଜି କ୍ଲାସ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ବିଭାଗ ।

Comments are closed, but trackbacks and pingbacks are open.