ନୋବେଲ ଶାନ୍ତି ପୁରସ୍କାର ଦୌଡ଼ରେ ଡୋନାଲ୍ଡ ଟ୍ରମ୍ପ

21

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ପ୍ରତିଷ୍ଠିତ ‘ନୋବେଲ ଶାନ୍ତି ପୁରସ୍କାର’ ପାଇଁ ପୁଣି ଥରେ ମନୋନୀତ ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବିଶ୍ୱ ଶାନ୍ତି ଏବଂ ବିଭିନ୍ନ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧର ଅନ୍ତ ଘଟାଇବାରେ ତାଙ୍କର ପ୍ରୟାସ ପାଇଁ ତାଙ୍କ ନାମକୁ ଏହି ସମ୍ମାନଜନକ ପୁରସ୍କାର ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ନରୱେଜିଆନ୍ ନୋବେଲ କମିଟି ପକ୍ଷରୁ ୨୦୨୬ ନୋବେଲ ଶାନ୍ତି ପୁରସ୍କାର ପାଇଁ ମୋଟ ୨୮୭ ଜଣଙ୍କ ନାମକୁ ସର୍ଟଲିଷ୍ଟ ବା ସଂକ୍ଷିପ୍ତ ତାଲିକାଭୁକ୍ତ କରାଯାଇଛି। ଏଥିମଧ୍ୟରେ ୨୦୮ ଜଣ ବ୍ୟକ୍ତିବିଶେଷ ଥିବାବେଳେ ୭୯ଟି ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନ ରହିଛନ୍ତି। ଆସନ୍ତା ଅକ୍ଟୋବର ୧୦, ୨୦୨୬ରେ ଏହି ସମ୍ମାନଜନକ ପୁରସ୍କାରର ବିଜେତାଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ। ରାଷ୍ଟ୍ରପତି ଟ୍ରମ୍ପଙ୍କ ନାମକୁ ଏହି ପୁରସ୍କାର ପାଇଁ କାମ୍ବୋଡିଆ, ଇସ୍ରାଏଲ ଏବଂ ପାକିସ୍ତାନ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ବିଶ୍ୱର ବିଭିନ୍ନ ବିବାଦୀୟ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଏବଂ ମୁହାଁମୁହିଁ ସ୍ଥିତିରେ ଥିବା ଦେଶଗୁଡ଼ିକ ମଧ୍ୟରେ ବୁଝାମଣା କରି ଲକ୍ଷ ଲକ୍ଷ ଜୀବନ ବଞ୍ଚାଇବା ଦିଗରେ ଟ୍ରମ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଦାବି କରାଯାଇଛି।

Comments are closed, but trackbacks and pingbacks are open.