ହସ୍ତତନ୍ତ ଓ ବୟନଶିଳ୍ପ ଜ୍ଞାନକୌଶଳକୁ ପ୍ରୋତ୍ସାହିତ କରିବାରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛି – ଧର୍ମେନ୍ଦ୍ର ପ୍ରଧାନ

258

ବରଗଡ଼, ଜୁନ ୨୮ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ବରଗଡ଼ ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ୍‍ ହ୍ୟାଣ୍ଡଲୁମ ଟେକ୍ନୋଲୋଜି (ଆଇଆଇଏଚଟି) କ୍ୟାମ୍ପସ ପରିଦର୍ଶନ କରିଛନ୍ତି ।ଶ୍ରୀ ପ୍ରଧାନ ଅନୁଷ୍ଠାନର ପ୍ରାଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କୁ ଭେଟି ଆଲୋଚନା କରିବା ସହ କହିଛନ୍ତି ଯେ ହସ୍ତତନ୍ତ ଓ ବୟନଶିଳ୍ପ ଜ୍ଞାନକୌଶଳକୁ ପ୍ରୋତ୍ସାହିତ କରିବା ଏବଂ କାରିଗରମାନଙ୍କୁ ସଶକ୍ତ କରିବାରେ ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ୍‍ ହ୍ୟାଣ୍ଡଲୁମ ଟେକ୍ନୋଲୋଜି ପ୍ରତିଷ୍ଠାନ ଉଲ୍ଲେଖନୀୟ କାର୍ଯ୍ୟ କରୁଛି । ହସ୍ତତନ୍ତ ସାମଗ୍ରୀ ତିଆରି କରିବା ପାଇଁ ଏଠାରେ ବ୍ୟବହୃତ ଅଭିନବ ପଦ୍ଧତି ଏବଂ ପାରମ୍ପରିକ କୌଶଳ ଦେଖି ମୁଁ ବେଶ୍ ପ୍ରଭାବିତ । ଭାରତର ସମୃଦ୍ଧ ହସ୍ତତନ୍ତ ଐତିହ୍ୟର ସଂରକ୍ଷଣ ସହ ସ୍ଥାନୀୟ ଜୀବିକାକୁ ପ୍ରୋତ୍ସାହିତ କରିବାରେ ଏହି ଅନୁଷ୍ଠାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।ଏହି ଅବସରରେ ଶ୍ରୀ ପ୍ରଧାନ ଅନୁଷ୍ଠାନ ପରିସରରେ ମା’ଙ୍କ ନାମରେ ଗଛଟିଏ ୨.୦ ଅଭିଯାନରେ ବୃକ୍ଷରୋପଣ କରିଥିଲେ ।  ପରିବେଶର ସୁରକ୍ଷା ପାଇଁ ସମସ୍ତେ ସଚେତନ ନାଗରିକ ଭାବେ ଗଛ ଲଗାଇବା ନିତ୍ୟାନ୍ତ ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ ।

Comments are closed, but trackbacks and pingbacks are open.