ଆଜି ରାତିରେ ଗଞ୍ଜାମ ଉପକୂଳ ଅତିକ୍ରମ କରିପାରେ ଅବପାତ; ଓଡ଼ିଶାରେ ବର୍ଷା ଆଶଙ୍କା

80

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଓଡ଼ିଶା ଉପକୂଳ ସମାନ୍ତରାଳ ଭାବେ ଗତି କରିବା ସହ ଆଜି ରାତିରେ ଗଞ୍ଜାମ ଜିଲ୍ଲା ଉପକୂଳର କୌଣସି ଏକ ସ୍ଥାନରେ ସ୍ଥଳଭାଗ ଅତିକ୍ରମ କରିପାରେ ବୋଲି ଶିକ୍ଷା ‘ଓ’ ଅନୁସନ୍ଧାନ (SOA)ର ସେଣ୍ଟର ଫର ଏନଭାଇରନମେଣ୍ଟ ଆଣ୍ଡ କ୍ଲାଇମେଟ୍ (CEC) ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି।

CECର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ, ବର୍ତ୍ତମାନ ବାୟୁମଣ୍ଡଳରେ ୱିଣ୍ଡ ଶିୟର୍‌ (ବାୟୁ ପ୍ରବାହର ବେଗ ଓ ଦିଗରେ ପରିବର୍ତ୍ତନ) ବୃଦ୍ଧି ପାଇଛି ଏବଂ ଅବପାତ ସହ ସଂପୃକ୍ତ ମେଘମାଳା ମଧ୍ୟ ଦୁର୍ବଳ ହେଉଛି । ଏହି ପରିସ୍ଥିତି ଯୋଗୁଁ ଅବପାତଟି ଆହୁରି ଶକ୍ତିଶାଳୀ ହୋଇ ଗଭୀର ଅବପାତ (Deep Depression)ରେ ପରିଣତ ହେବାର ସମ୍ଭାବନା କମିପାରେ ।

ସ୍ଥଳଭାଗ ଅତିକ୍ରମ କରିବା ପରେ ଏହି ପ୍ରଣାଳୀ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଛତିଶଗଡ଼ ଆଡ଼କୁ ଯିବା ସହ ପରବର୍ତ୍ତୀ ସମୟରେ ଉତ୍ତର ଭାରତ ଦିଗକୁ ଅଗ୍ରସର ହେବ ବୋଲି ଡ. ସାହୁ କହିଛନ୍ତି।

ଏହାର ପ୍ରଭାବରେ ସେପ୍ଟେମ୍ବର ୨୫ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଆଭ୍ୟନ୍ତରୀଣ ଜିଲ୍ଲା, ବିଶେଷକରି ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ ବୋଲି ସେ ସୂଚନା ଦେଇଛ

Comments are closed, but trackbacks and pingbacks are open.