ମାଟିରେ ମିଶିଲା କଟକର ଐତିହ୍ୟ ‘ଲାଲବାଗ କୋଠି’: ଭାଙ୍ଗି ଦିଆଗଲା ୧୦୨ ବର୍ଷର ପୁରୁଣା ଥାନା କୋଠା

77

ଭୁବନେଶ୍ବର: କଟକ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଶିଶୁଭବନ (ଶିଶୁ ଚିକିତ୍ସାଳୟ)ର ସମ୍ପ୍ରସାରଣ ପାଇଁ ପୁରୁଣା ରାଜଭବନ ତଥା ମରହଟ୍ଟା ଅମଳର ପ୍ରସିଦ୍ଧ ‘ଲାଲବାଗ୍ କୋଠି’ର ଶେଷ ସ୍ମୃତିକୁ ମଧ୍ୟ ମାଟିରେ ମିଶାଇ ଦିଆଯାଇଛି। ଲାଲବାଗ କୋଠିର ଶେଷ ଅଂଶ ବିଶେଷ ଭାବେ ଦୀର୍ଘ ୧୦୨ ବର୍ଷ ଧରି ଚାଲିଥିବା ଐତିହ୍ୟ ସମ୍ପନ୍ନ ଲାଲ୍‌ବାଗ୍ ଥାନା କୋଠାକୁ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯାଇଛି। ସହରବାସୀ ଓ ବୁଦ୍ଧିଜୀବୀଙ୍କ ତୀବ୍ର ପ୍ରତିବାଦ ଏବଂ ଅସନ୍ତୋଷ ସତ୍ତେ୍ୱ ଇତିହାସର ଏହି ମୂଲ୍ୟବାନ ସ୍ମାରକୀକୁ ରାତାରାତି ନିଶ୍ଚିହ୍ନ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଗାମୀ ଦିନରେ ଏହି ସ୍ଥାନକୁ ଏକ ପାର୍କିଂ ସ୍ଥଳରେ ପରିଣତ କରାଯିବ। ଏହା ସହିତ କଟକର ଶେଷ ସାମ୍ରାଜ୍ୟବାଦୀ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ସଦାଦିନ ପାଇଁ କବର ନେଇଛି।

Comments are closed, but trackbacks and pingbacks are open.