ଉପଭୋକ୍ତାଙ୍କୁ ପୁଣି ଝଟ୍‌କା: ସପ୍ତାହରେ ଦ୍ୱିତୀୟ ଥର ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

165

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ମଙ୍ଗଳବାର ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଲିଟର ପିଛା ୯୦ ପଇସା ଲେଖାଏଁ ବୃଦ୍ଧି କରାଯାଇଛି। ଗୋଟିଏ ସପ୍ତାହରୁ କମ୍ ସମୟ ମଧ୍ୟରେ ଇନ୍ଧନ ମୂଲ୍ୟରେ ଏହା ହେଉଛି ଦ୍ୱିତୀୟ ଥର ବୃଦ୍ଧି। ଏହାପୂର୍ବରୁ ଗତ ମେ ୧୫ ତାରିଖରେ ଶେଷ ଥର ପାଇଁ ତୈଳ ଦର ବଢ଼ିଥିଲା। ଏହି ସଦ୍ୟ ମୂଲ୍ୟ ବୃଦ୍ଧି ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୯୭ ଟଙ୍କା ୭୭ ପଇସାରୁ ବୃଦ୍ଧି ପାଇ ୯୮ ଟଙ୍କା ୬୪ ପଇସାରେ ପହଞ୍ଚିଛି। ସେହିପରି ଡିଜେଲ ମୂଲ୍ୟ ପୂର୍ବରୁ ୯୦ ଟଙ୍କା ୬୭ ପଇସା ଥିବା ବେଳେ ଏବେ ତାହା ୯୧ ଟଙ୍କା ୫୮ ପଇସାକୁ ବୃଦ୍ଧି ପାଇଛି। ଦିଲ୍ଲୀ ବଜାର ହିସାବରେ ପେଟ୍ରୋଲ ଦରରେ ୮୭ ପଇସା ଓ ଡିଜେଲ ଦରରେ ୯୧ ପଇସା ସ୍ଥାନୀୟ ସ୍ତରରେ ବୃଦ୍ଧି ଘଟିବା ସହ ଏହି ନୂତନ ଦରରେ ଉଭୟ ଇନ୍ଧନ ବିକ୍ରି ହେଉଛି। ସପ୍ତାହକ ମଧ୍ୟରେ ବାରମ୍ବାର ତୈଳ ଦର ବଢ଼ୁଥିବାରୁ ଏହା ସାଧାରଣ ଗ୍ରାହକଙ୍କ ଉପରେ ଆର୍ଥିକ ବୋଝ ସଦୃଶ ହୋଇଛି।

Comments are closed, but trackbacks and pingbacks are open.