ନୂଆଦିଲ୍ଲୀ: ତାମିଲନାଡୁ ବିଧାନସଭା ନିର୍ବାଚନରେ ବଡ଼ ସଫଳତା ପରେ ଏବେ ରାଜ୍ୟରେ ସରକାର ଗଠନ ପାଇଁ ପ୍ରକ୍ରିୟା ଜୋରଦାର ହୋଇଛି। ଅଭିନେତାରୁ ରାଜନେତା ସାଜିଥିବା ବିଜୟଙ୍କ ଦଳ ‘ତାମିଲଗା ଭେଟ୍ରି କାଝାଗମ୍’ (TVK) ଖୁବଶୀଘ୍ର ସରକାର ଗଠନ କରିବାକୁ ଯାଉଥିବା ବେଳେ ରାଜନୈତିକ ମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ତାମିଲନାଡୁରେ ସରକାର ଗଠନ ପାଇଁ ଆବଶ୍ୟକ ୧୧୮ ଆସନ (ମ୍ୟାଜିକ ନମ୍ବର) ହାସଲ କରିବା ପାଇଁ ଟିଭିକେ ସମଭାବପନ୍ନ ଦଳଗୁଡ଼ିକର ସମର୍ଥନ ଲୋଡ଼ିଛି। ଏହି କ୍ରମରେ କଂଗ୍ରେସ, ଟିଭିକେକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି। କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ଭେନୁଗୋପାଳ କହିଛନ୍ତି ଯେ, ବିଜୟ ସରକାର ଗଠନ ପାଇଁ କଂଗ୍ରେସର ସହାୟତା ମାଗିଥିଲେ ଏବଂ ଦଳ ତାଙ୍କୁ ସମର୍ଥନ ଦେବାକୁ ରାଜି ହୋଇଛି। ଟିଭିକେ ମୁଖ୍ୟ ବିଜୟ ଆସନ୍ତା ୭ ତାରିଖ (ଗୁରୁବାର) ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି। ଗୁରୁବାରକୁ ଏକ ଶୁଭ ଦିନ ବୋଲି ବିଚାର କରି ସେ ଏହି ଦିନକୁ ଶପଥ ଗ୍ରହଣ ପାଇଁ ବାଛିଥିବା କୁହାଯାଉଛି। ଚେନ୍ନାଇର ନେହେରୁ ଷ୍ଟାଡିୟମରେ ଏହି ଭବ୍ୟ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି।
Comments are closed, but trackbacks and pingbacks are open.