ଅଗଷ୍ଟ ୧୬ରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ

0 131

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ଏ ନେଇ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି କି ଆସନ୍ତା ଅଗଷ୍ଟ ୧୬ରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ।
ଏହି ସୂଚନା ଅନୁଯାୟୀ, ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଖୋଲିବ। ପିଜି ପ୍ରଥମ ବର୍ଷ ଓ ୟୁଜି ପ୍ରି-ଫାଇନାଲ ବର୍ଷ ପାଇଁ ଶ୍ରେଣୀ ଗୃହରେ ପାଠପଢ଼ା ହେବ। ସେହିପରି ହଷ୍ଟେଲ ଗୁଡ଼ିକୁ ଖୋଲିବା ପାଇଁ ମଧ୍ୟ କୁହାଯାଇଛି।
କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯାଇଥିଲେ ହେଁ ପିଜି/ୟୁଜି ଫାଇନାଲ ପରୀକ୍ଷା ଅନ୍‌ଲାଇନ୍‌ରେ କରିବାକୁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା।
କରୋନା ଯୋଗୁଁ ସ୍କୁଲ୍, କଲେଜ ଓ ବିଶ୍ୱବିଦ୍ୟାଳୟ ସବୁ ବନ୍ଦ ରହିଥିବା ବେଳେ ସରକାର ପର୍ଯ୍ୟାୟ କ୍ରମେ ଏଗୁଡ଼ିକୁ ଖୋଲୁଛନ୍ତି।
ସୂଚନାଯୋଗ୍ୟ, ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲି ସାରିଥିବା ବେଳେ ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ଖୋଲିବ। ସେହିପରି ଅଗଷ୍ଟ ୯ ତାରିଖରୁ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ। ହେଲେ କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନ ତଥା ରାଜ୍ୟ ବାହାରୁ ମଧ୍ୟ ଛାତ୍ରଛାତ୍ରୀ ଆସିବାକୁ ଥିବାରୁ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଥିବା ହଷ୍ଟେଲ ଗୁଡ଼ିକୁ ମଧ୍ୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। କୋଭିଡ ଗାଇଡଲାଇନ୍‌ ଅନୁଯାୟୀ, ସିଟିଂ ଆରେଞ୍ଜମେଣ୍ଟ କରାଯିବ। ତା’ସହିତ ସାମାଜିକ ଦୂରତା ଅବଲମ୍ବନ କରାଯିବ।

Leave A Reply

Your email address will not be published.