ଭାରତରେ ବ୍ୟାନ ହେଲା ‘କକ୍ରୋଚ୍ ଜନତା ପାର୍ଟି’ର ଏକ୍ସ ଆକାଉଣ୍ଟ

53

ନୂଆଦିଲ୍ଲୀ: ସିଜେଆଇ ସୂର୍ଯ୍ୟକାନ୍ତ ଗତ ସପ୍ତାହରେ ସୁପ୍ରିମକୋର୍ଟରେ ଏକ ମାମଲାର ଶୁଣାଣି ସମୟରେ ଦେଶର ଯୁବ ପିଢିଙ୍କ ତୁଳନା ଅସରପା ସହ କରିଥିଲେ । ବିବାଦ ବଢିବା ପରେ ନିଜର ଟିପ୍ପଣୀ ଉପରେ ସିଜେଆଇ ସଫେଇ ମଧ୍ୟ ଦେଇଥିଲେ । ଯୁବ ପିଢି ସିଜେଆଇଙ୍କ ଏହି ବୟାନକୁ ତୀବ୍ର ନିନ୍ଦା କରିଥିଲେ । ଆଉ ଏଠାରୁ ହିଁ ଆରମ୍ଭ ହୋଇଥିଲା କକ୍ରୋଚ୍ ଜନତା ପାର୍ଟି । ବାସ୍ ସେମିତିରେ ଆରମ୍ଭ ହୋଇଥିବା ଏହି ପାର୍ଟିର ସୋସିଆଲ ମିଡିଆରେ ମାତ୍ର ୪ ଦିନରେ ଲକ୍ଷ ଲକ୍ଷ ଫଲୋଅର୍ସ ହୋଇଥିଲେ । ମାତ୍ର ଏବେ ପାର୍ଟିର ଏକ୍ସ ଆକାଉଣ୍ଟ ଭାରତରେ ବ୍ୟାନ ହୋଇଛି । ହେଲେ ଏବେ ବି ଏହାର ଇନଷ୍ଟାଗ୍ରାମ ପେଜ ଦେଖିବାକୁ ମିଳୁଥିବା କୁହାଯାଉଛି । ଏହା ପୂର୍ବରୁ କକ୍ରୋଚ୍ ଜନତା ପାର୍ଟିର ପେଜ ଆଜି ହିଁ ଫଲୋଅର୍ସ ମାମଲାରେ ବିଜେପିକୁ ପଛରେ ପକାଇଥିଲା । ଇନଷ୍ଟାଗ୍ରାମରେ କକ୍ରୋଚ୍ ପାର୍ଟିର ପେଜରେ ଏକ କୋଟିରୁ ଅଧିକ ଫଲୋଅର୍ସ ରହିଛି । ଅନ୍ୟପଟେ ବିଜେପିର ୮୭ ଲକ୍ଷ ଫଲୋଅର୍ସ ରହିଛି । ଏକ୍ସ ଆକାଉଣ୍ଟ ବନ୍ଦ ହେବାରୁ ଏହାର ଫାଉଣ୍ଡର ଅଭିଜିତ ଦୀପକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଯାହାକୁ ନେଇ ଡର ଥିଲା, ତାହା ହିଁ ହୋଇଛି । ତାଙ୍କ ପେଜକୁ ବ୍ୟାନ କରାଯାଇଛି । ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସେ ଏହାର ସୂଚନା ଦେଇଛନ୍ତି । ପ୍ରଥମେ ସେମାନେ ମୋ ଆକାଉଣ୍ଟକୁ ବ୍ୟାନ କରିବାକୁ ଚେଷ୍ଟା କରିଥିଲେ । ନ ପାରିବାରୁ ଏବେ ଏହି ପେଜକୁ ବ୍ୟାନ କରିଛନ୍ତି ।

Comments are closed, but trackbacks and pingbacks are open.