ପୁଣି ଥରେ ବଢିଲା ସିଏନଜି ଦର 

41

ନୂଆଦିଲ୍ଲୀ: ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳର ସିଏନଜି (CNG) ଗ୍ରାହକଙ୍କୁ ଝଟ୍‌କା। ଏବେ ସିଏନଜି ପାଇଁ ଗ୍ରାହକଙ୍କୁ ଅଧିକ ପକେଟ୍ ଗରମ କରିବାକୁ ପଡ଼ିବ। ସେଠାରେ ସିଏନଜିର ଖୁଚୁରା ବିକ୍ରୟ ମୂଲ୍ୟ (RSP) ପ୍ରତି କିଲୋଗ୍ରାମ ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ଦର ମେ ୨୯ ତାରିଖ ମଧ୍ୟରାତ୍ରିରୁ ହିଁ ସମଗ୍ର ଅଞ୍ଚଳରେ ଲାଗୁ ହୋଇଯାଇଛି। ମୂଲ୍ୟ ବୃଦ୍ଧି ପରେ ମୁମ୍ବାଇରେ ସିଏନଜିର ଖୁଚୁରା ମୂଲ୍ୟ କିଲୋଗ୍ରାମ ପିଛା ୮୪ ଟଙ୍କାରୁ ବୃଦ୍ଧି ପାଇ ୮୬ ଟଙ୍କାରେ ପହଞ୍ଚିଛି। ଗ୍ୟାସ୍ ବିତରକ କମ୍ପାନୀ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ସମସ୍ତ ଡିଲରମାନଙ୍କୁ ଏହି ସଂଶୋଧିତ ଦର ସମ୍ପର୍କରେ ଅବଗତ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed, but trackbacks and pingbacks are open.