ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

22

ଭୁବନେଶ୍ୱର: ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ପରେ ବହୁ ଵାଦବିବାଦ ଦେଖାଯାଇଛି l ଏହି ଘଟଣାର ଏବେ କ୍ରାଇମବ୍ରାଂଚ ତଦନ୍ତ ହେବ। ଏସସିଇଆରଟି ନିର୍ଦ୍ଦେଶକ ଏନେଇ କ୍ରାଇମବ୍ରାଂଚ ଏସପିଙ୍କ ପାଖରେଏଫଆଇଆର ଦାଏର କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ପୂର୍ବରୁ ପାଠ୍ୟପୁସ୍ତକ ତ୍ରୁଟିର ତଦନ୍ତ ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା। ଏହି କମିଟିର ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଜୁନ୍ ୨୬ତାରିଖରେ ଏସସିଇଆରଟି ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ସମେତ ୩ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ କରିଥିଲେ। ଅନ୍ୟ ୬ଜଣ ସହକାରୀ ନିର୍ଦ୍ଦେଶକଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଜୁନ୍ ୨୫ତାରିଖରେ ଏକ ସମ୍ବାଦପତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ପାଠ୍ୟପୁସ୍ତକରେ ତ୍ରୁଟି ପଛରେ ‘ଷଡ଼ଯନ୍ତ୍ର’ ରହିଥିବା ନେଇ ଆଶଙ୍କା ପ୍ରକାଶ କରିଥିଲେ l ଏବେ ପ୍ରାୟ ୧୬ଦିନ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ପାଠ୍ୟପୁସ୍ତକ ତ୍ରୁଟିଜନିତ ତଦନ୍ତର ଖୋଳତାଡ଼ କ୍ରାଇମବ୍ରାଂଚ ଦ୍ୱାରା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି l କେବଳ ପାଠ୍ୟପୁସ୍ତକ ଛପା ଦାୟିତ୍ୱରେ ଥିବା କର୍ମଚାରୀ, ଛାପାଖାନା ସହିତ ପାଠ୍ୟପୁସ୍ତକର ବିଷୟ ପ୍ରସ୍ତୁତ କରିଥିବା ଓ ଏହାକୁ ଅନୁମୋଦନ କରିଥିବା ବ୍ୟକ୍ତିମାନେ ମଧ୍ୟ ଏହି ତଦନ୍ତ ପରିସରକୁ ଆସିବେ l ଏବେ ପ୍ରକୁତ ଦୋଷୀ ଧରା ପଡିବେ ବୋଲି ଆଶା କରାଯାଉଛି l

Comments are closed, but trackbacks and pingbacks are open.