ପ୍ରିନ୍ସିପାଲଙ୍କୁ ଛୁରୀ ଭୁଷି ହତ୍ୟା କଲେ ଦଶମ ଶ୍ରେଣୀ ଛାତ୍ର

39

ତେଲଙ୍ଗନା:ପ୍ରିନ୍ସିପାଲଙ୍କୁ ହତ୍ୟା କରିବା ଅଭିଯୋଗରେ ଦୁଇଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ଗିରଫ କରିଛି ପୋଲିସ । ଅଗଷ୍ଟ ୧୨ରେ ତେଲଙ୍ଗାନାର ନଲଗୋଣ୍ଡା ଜିଲ୍ଲାର ନାଗାର୍ଜୁନ ପବ୍ଲିକ ସ୍କୁଲର ପ୍ରିନ୍ସିପାଲ କାଲ୍ଲୁ ରୂପା ରେଡ୍ଡୀଙ୍କ ମୃତ ଦେହ ତାଙ୍କ ବାସ ଗୃହ ରୁ ଉଦ୍ଧାର ହୋଇଥିଲା l ତାଙ୍କ ଶରୀରରେ ୨୭ଟି ଛୁରି ଆଘାତ ଚିହ୍ନ ରହିଥିଲା । ସୂଚନା ଅନୁଯାୟୀ ଅଗଷ୍ଟ ୧୦ରେ ସେ ସ୍କୁଲ ଯାଇଥିଲେ ଏବଂ ସନ୍ଧ୍ୟା ପ୍ରାୟ ୬ଟା ୩୦ ପର୍ଯ୍ୟନ୍ତ ସେଠାରେ ଥିଲେ ।ପରଦିନ ସେ ସ୍କୁଲ ଆସି ନ ଥିଲେ । ତାଙ୍କ ସ୍ଵାମୀ ରାଜେନ୍ଦ୍ର ରେଡ୍ଡୀ ଫୋନ କରିବା ସମୟରେ ବି କୌଣସି ଯୋଗାଯୋଗ ହୋଇପାରି ନଥିଲା । ରାଜେନ୍ଦ୍ର ଚିନ୍ତିତ ହୋଇ ତାଙ୍କ ଘର ପାଖରେ ରହୁଥିବା ଜଣେ ପୋଲିସ ଅଫିସରଙ୍କୁ ସମ୍ପର୍କ କରି ତାଙ୍କ ବିଷୟରେ ବୁଝିବାକୁ କହିଥିଲେ । ସେହି ଅଫିସର ପଡ଼ୋଶୀମାନଙ୍କୁ ନେଇ ଘରକୁ ଯାଇଥିଲେ ଏବଂ ରୂପା ରେଡ୍ଡୀଙ୍କ ମୃତଦେହ ଉଦ୍ଧାର କରିଥିଲେ lତଦନ୍ତକାରୀ ଟିମ୍ ତାଙ୍କ ଘର ପାଖ ଅଞ୍ଚଳର ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ଏକ ବଡ଼ ସୁରାକ୍ ପାଇଥିଲେ । ଫୁଟେଜ୍‌ରେ ଜଣେ ନାବାଳକ ଘର ପାଖରେ ବୁଲାବୁଲି କରୁଥିବାର ଦେଖାଯାଇଥିଲା ।ପୋଲିସ ସନ୍ଦିଗ୍ଧଙ୍କୁ ଆଣି ପଚରାଉଚରା କରିଥିଲା । ପଚରାଉଚରା ସମୟରେ ସେ ନିଜର ଅପରାଧ ସ୍ୱୀକାର କରିବା ସହ ଟଙ୍କା ପାଇଁ ହତ୍ୟା କରିଥିବା କହିଥିଲେ lପୋଲିସ କହିବା ଅନୁଯାୟୀ, ଟଙ୍କା ପାଇଁ ଛାତ୍ରମାନେ ରୂପା ରେଡ୍ଡୀଙ୍କୁ ହତ୍ୟା କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ତାଙ୍କ ପ୍ରତି ବ୍ୟକ୍ତିଗତ ଶତ୍ରୁତା ମଧ୍ୟ ଥିଲା l

Comments are closed, but trackbacks and pingbacks are open.