ନୂଆଦିଲ୍ଲୀ: ନିର୍ବାଚନ କମିଶନ ଓ ସ୍ବତନ୍ତ୍ର ଘନିଷ୍ଠ ସଂଶୋଧନ ପ୍ରକ୍ରିୟା (SIR)କୁ ନେଇ ବିବାଦ। CJP ପ୍ରତିଷ୍ଠାତା ଅଭିଜିତ ଦୀପକେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିବା ସହ ଦାବି ପୂରଣ ନହେଲେ ଦେଶବ୍ୟାପୀ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି। ଦୀପକେ କହିଛନ୍ତି, ୪୮ ଘଣ୍ଟା ମଧ୍ୟରେ CEC ଇସ୍ତଫା ନଦେଲେ ‘ଜନ୍ତର ମନ୍ତର ପାର୍ଟ-୨’ ଭଳି ଆନ୍ଦୋଳନ କରାଯିବ । ନିର୍ବାଚନ କମିଶନରେ ସଂସ୍କାର ଦାବିକୁ ନେଇ CJP ପକ୍ଷରୁ ଆଗକୁ ବଡ଼ ଆନ୍ଦୋଳନର ସଙ୍କେତ ଦିଆଯାଇଛି। CJP ପ୍ରତିଷ୍ଠାତା ଜ୍ଞାନେଶ କୁମାରଙ୍କ ବିରୋଧରେ ତୀବ୍ର ଅଭିଯୋଗ ଆଣିଛନ୍ତି । ତାଙ୍କ ଦାବି ହେଉଛି, ଜ୍ଞାନେଶ କୁମାର CEC ହେବା ପରଠାରୁ କିଏ ଭୋଟ୍ ଦେବେ ଏବଂ କିଏ ଦେଇପାରିବେ ନାହିଁ, ସେନେଇ ସରକାର ନିଷ୍ପତ୍ତି ନେଉଥିବା ପରିସ୍ଥିତି ସୃଷ୍ଟି ହୋଇଛି। ଏକ ରିପୋର୍ଟ ପରେ ନିର୍ବାଚନ କମିଶନ ଭିତରେ SIRକୁ ନେଇ ମତଭେଦର ଚର୍ଚ୍ଚା ତୀବ୍ର ହୋଇଛି । ରିପୋର୍ଟ ଅନୁସାରେ, ନିର୍ବାଚନ କମିଶନର ସୁଖବୀର ସିଂ ସାନ୍ଧୁ ଓ ବିବେକ ଯୋଶୀ ଗତ ୧୦ ମାସରେ ଅନେକ ନିଷ୍ପତ୍ତି ଉପରେ ଔପଚାରିକ ଭାବେ ଆପତ୍ତି ଜଣାଇଥିବା ଦାବି କରାଯାଇଛି। ଏହା ପରେ CJP ନିର୍ବାଚନ କମିଶନ ସଂସ୍କାର ଓ ଭୋଟର ଅଧିକାର ପ୍ରସଙ୍ଗକୁ ନେଇ ଆନ୍ଦୋଳନର ସଙ୍କେତ ଦେଇଛି ।
Comments are closed, but trackbacks and pingbacks are open.