ସିଜେପିର ୟୁ-ଟର୍ନ୍: ଏବେ ସରକାରଙ୍କ ସହ ଆଲୋଚନା ପାଇଁ କଲେ ମନା

36

ନୂଆଦିଲ୍ଲୀ: ପ୍ରତିବାଦକାରୀଙ୍କ ସହ ଆଲୋଚନା କରିବାକୁ ସରକାର ବାରମ୍ବାର ନିବେଦନ କରୁଥିବା ବେଳେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ପ୍ରାପ୍ତ ସୂଚନା ଅନୁସାରେ, କକ୍ରୋଚ୍ ଜନତା ପାର୍ଟି ନେତାମାନେ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ସହ ଆଲୋଚନା କରିବାକୁ ମନା କରିଦେଇଛନ୍ତି। ସରକାର ଏହି ସମସ୍ୟାର ଯଥାଶୀଘ୍ର ସମାଧାନ ଚାହୁଁଥିବା ବୁଧବାର ସ୍ପଷ୍ଟ କରିଥିଲେ ଏବଂ ଆନ୍ଦୋଳନକାରୀ ଯେଉଁଠି ଚାହିଁବେ ସେଠାରେ ସାକ୍ଷାତ କରିବାକୁ ପ୍ରସ୍ତୁତ ବୋଲି ଜଣାଇଥିଲେ। ଏହି ସନ୍ଦର୍ଭରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କହିଛନ୍ତି, “ମୁଁ ଯୁବପିଢ଼ିଙ୍କୁ କହିବାକୁ ଚାହେଁ ଯେ, କିଛି ଲୋକ ଆପଣଙ୍କ ଭାବନାକୁ ନିଜ ସ୍ୱାର୍ଥରେ ବ୍ୟବହାର କରି ପ୍ରତିବାଦକୁ ଉସ୍କାଉଛନ୍ତି। ସରକାର ‘ନିଟ୍’ ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ, କିନ୍ତୁ ବିରୋଧୀ ଦଳ ଆଲୋଚନାରୁ ଓହରି ଯାଉଛନ୍ତି। ବିରୋଧୀଙ୍କ ଏହି ଆଚରଣକୁ ଦେଶବାସୀ ଭଲ ଭାବେ ବୁଝୁଛନ୍ତି।” ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ମଧ୍ୟ ସରକାର ଗୃହରେ ସମସ୍ତ ପ୍ରସଙ୍ଗରେ ଚର୍ଚ୍ଚା ପାଇଁ ପ୍ରସ୍ତୁତ ବୋଲି ଦୋହରାଇଛନ୍ତି।

Comments are closed, but trackbacks and pingbacks are open.