ଭୁବନେଶ୍ବର: ଭୁବନେଶ୍ବରରେ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ୨୦୨୫ କାର୍ଯ୍ୟକ୍ରମ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପତାକା ଉତ୍ତୋଳନ କରିଛନ୍ତି। ସେ ଗାନ୍ଧୀମାର୍ଗରେ ପହଞ୍ଚିବା ପରେ ତାଙ୍କୁ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ଶିଳ୍ପ ଓ ସୂଚନା ଲୋକସଂପର୍କ ସଚିବ ପ୍ରମୁଖ ପାଛୋଟି ନେଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ମଞ୍ଚ ଉପରକୁ ଯାଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ମହାପୁରୁଷଙ୍କୁ ସ୍ମରଣ କରି ଓଡିଶାର ପ୍ରଗତି ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଗତ ଚଉଦ ମାସ ହେବ, ଓଡିଶା ବି ବିକାଶର ଏକ ନୂଆ ଯାତ୍ରାରେ ସାମିଲ ହୋଇଛି। ଆଜିର ଦିନ ରାଜନୀତି ପ୍ରସଙ୍ଗ ନୁହେଁ। କିନ୍ତୁ, ଏ କଥା ବି ସତ୍ୟ ଯେ ଓଡିଶାବାସୀ ଏକ ନୂତନ ସୁର୍ଯ୍ୟୋଦୟ ଆଶାରେ ଏକ ନୂତନ ସରକାରକୁ ନିର୍ବାଚିତ କରି ଆଣିଥିଲେ। ମୋତେ ଆଜି କହିବାରେ ସାମାନ୍ୟତମ ସଙ୍କୋଚ ନାହିଁ ଯେ, ରାଜ୍ୟବାସୀଙ୍କ ଆଶା ଆକାଂକ୍ଷା ପୂରଣ କରିବାରେ, ଆମ ସରକାର ସଂପୂର୍ଣ୍ଣ ଭାବେ ସଫଳ ହୋଇଛି। ମାତ୍ର, ଗୋଟିଏ ବର୍ଷରେ ଅନେକ କାର୍ଯ୍ୟ ପ୍ରଥମ ଥର ପାଇଁ ହୋଇଛି, ଯାହା ହୁଏତ ଆଗରୁ ହୋଇପାରିଥାନ୍ତା। ମାନନୀୟ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵ ଓ ଦିଗଦର୍ଶନରେ ରାଜ୍ୟର ଚାରି ମୁଖ୍ୟ ବର୍ଗଙ୍କ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ଏମାନେ ହେଲେ, ମହିଳା, ଅନ୍ନଦାତା, ଗରିବ ଏବଂ ଯୁବ ବର୍ଗ। ଏହାର ରୂପାୟନ କରିବା ପାଇଁ ସରକାର ଚାରିଗୋଟି ମୁଖ୍ୟ କ୍ଷେତ୍ରକୁ ପ୍ରାଧାନ୍ୟ ଦେଇଛନ୍ତି, ଜୀବନ ଜୀବିକା, ଭିତ୍ତିଭୂମି, ସାମାଜିକ ବିକାଶ ଓ ସଶକ୍ତି କରଣ ଏବଂ ଓଡିଆ ଅସ୍ମିତା। ସେ ଆହୁରି କହିଛନ୍ତି ଯେ, ଆମର ସମୃଦ୍ଧ କୃଷକ ଯୋଜନା ତଥା ପିଏମ୍ ଓ ସିଏମ କିଷାନ ଯୋଜନାରେ ଓଡିଶାର ୫୦ ଲକ୍ଷରୁ ଅଧିକ ଚାଷୀ ଭାଇ ଭଉଣୀଙ୍କୁ ବର୍ଷକୁ ୧୦ ହଜାର ଟଙ୍କା ସହାୟତା ମିଳୁଛି। ଆମ ସରକାରଙ୍କ ବିଭିନ୍ନ ଯୋଜନାରୁ ଚାଷୀ ପରିବାରଙ୍କ ରୋଜଗାର ବର୍ଷକୁ ଅତିକମ୍ରେ ୩୦ ହଜାର ଟଙ୍କା ବୃଦ୍ଧି ପାଇଛି। ଜୀବନ ଜୀବିକାର ଆଉ ଏକ ଦିଗ ହେଉଛି “ଶିଳ୍ପାୟନ”। ରାଜନୈତିକ ଇଚ୍ଛାଶକ୍ତିର ଅଭାବ ହେଉ କିମ୍ବା ଆଉ କୌଣସି କାରଣରୁ ହେଉ, ଓଡିଶାର ସାମର୍ଥ୍ୟ ଅନୁସାରେ ରାଜ୍ୟରେ ଶିଳ୍ପାୟନ ହୋଇ ପାରିନାହିଁ। ରାଜ୍ୟର ହାତଗଣତି କିଛି ଅଞ୍ଚଳକୁ ଛାଡିଦେଲେ ଅନ୍ୟ କୌଣସି ଅଞ୍ଚଳରେ କୌଣସି ବଡ କିମ୍ବା ମଧ୍ୟମ ଆକାରର ଉଦ୍ୟୋଗ ନାହିଁ। କିନ୍ତୁ, ଆମ ସରକାର ଆସିବା ପରେ, ଶିଳ୍ପ ନୀତିରେ ଆମୂଳଚୁଳ ପରିବର୍ତ୍ତନ ଆଣିଛନ୍ତି। ବର୍ତ୍ତମାନ, ରାଜ୍ୟର ପ୍ରତିଟି ଜିଲ୍ଲାରେ ହେବ ଶିଳ୍ପାୟନ। ସେହିପରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଉତ୍କର୍ଷ ଓଡିଶା-ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୫ କାର୍ଯ୍ୟକ୍ରମ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଏକ ନୂଆ ଇତିହାସ ସୃଷ୍ଟି କରିଛି। ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରସ୍ତାବ ଏବଂ ୧୩ ଲକ୍ଷ ନିଯୁକ୍ତି ସୁଯୋଗ ସହିତ, ଏହି କାର୍ଯ୍ୟକ୍ରମ ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଦେଇଛି। ଆମ ସରକାର ପ୍ରଚାର ସର୍ବସ୍ଵ ନୁହେଁ, କେବଳ କ୍ୟାମେରା ପାଇଁ ଆମେ ଇଭେଣ୍ଟ ମ୍ୟାନେଜମେଣ୍ଟ କରୁନା। ଏହାର ପ୍ରମାଣ ହେଉଛି ଗତ ୬-୭ ମାସ ମଧ୍ୟରେ ଓଡିଶାରେ ୬୦ରୁ ଅଧିକ ଶିଳ୍ପ ସ୍ଥାପନ କରାଯାଇ ୧ ଲକ୍ଷ ୮୦ ହଜାର କୋଟିରୁ ଅଧିକ ଟଙ୍କାର ପୁଞ୍ଜି ବିନିଯୋଗ ହୋଇପାରିଛି। ଏହାଦ୍ୱାରା ୧ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହେବା ସୁନିଶ୍ଚିତ ହୋଇପାରିଛି। କେବଳ ବଡ ଉଦ୍ୟୋଗ ନୁହେଁ, ରାଜ୍ୟର ବୁଣାକାରଙ୍କ ମଙ୍ଗଳ ପାଇଁ ସରକାର ଚେଷ୍ଟିତ। ନିକଟରେ ଓଡିଶା ଟେକ୍ସଟାଇଲ କନ୍କ୍ଲେଭ୍ର ଆୟୋଜନ କରାଯାଇଥିଲା, ଯେଉଁଥିରେ ୭ ହଜାର ୮୦୦ କୋଟି ଟଙ୍କାର ପୁଞ୍ଜି ପ୍ରସ୍ତାବ ସହିତ ୫୩ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଓଡ଼ିଶାର ହସ୍ତତନ୍ତ ହେଉଛି ଆମର ଗୌରବ, ଆମର ଅସ୍ମିତା । ଆମ ହସ୍ତତନ୍ତରୁ ନିର୍ମିତ ପୋଷାକକୁ ଦେଶ ଓ ବିଦେଶର ଆକର୍ଷଣୀୟ ବ୍ରାଣ୍ଡ ଭାବେ ବିକଶିତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏହି ଅବସରରେ ମୁଁ ଅନୁରୋଧ କରୁଛି, ଆପଣମାନେ ସପ୍ତାହରେ ଅତି କମ୍ ରେ ଗୋଟିଏ ଦିନ, ହସ୍ତତନ୍ତ ପୋଷାକ ପିନ୍ଧନ୍ତୁ ।
purchase androxal uk order
get androxal price prescription
order chewable enclomiphene
order enclomiphene price singapore
order rifaximin cheap online in the uk
buy cheap rifaximin generic discount
buying xifaxan without a script
online order xifaxan generic uk buy
discount staxyn australia discount
purchase staxyn purchase in the uk
ordering avodart cost at walmart
discount avodart uk buy over counter
buy cheap dutasteride buy mastercard
cheapest buy dutasteride australia buy online
discount flexeril cyclobenzaprine generic order
order flexeril cyclobenzaprine australia suppliers
discount gabapentin purchase in australia
online order gabapentin for sale usa
online order fildena generic release date
buying fildena cheap drugs
ordering itraconazole generic available
buy cheap itraconazole cheap generic uk
kamagra online lékárna kanada levné
není nutný předpis kamagra
commander kamagra en ligne sans ordonnance
kamagra moins cher partout