ଭୁବନେଶ୍ୱର: ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ଓଡ଼ିଶାର ସାଂସ୍କୃତିକ ତଥା ଆଧ୍ୟାତ୍ମିକ ଐତିହ୍ୟର ସ୍ୱରୂପ ଶ୍ରୀଜୀଉଙ୍କ ରଥଯାତ୍ରାରେ ବ୍ୟବହୃତ ତିନି ରଥର ଗୋଟିଏ ଲେଖାଏଁ ପବିତ୍ର ଚକ ସ୍ଥାପନ କରାଯିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ରଥଚକ ସ୍ଥାପନ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ସୂଚନାଯୋଗ୍ୟ ସୋମବାର ଦିନ ଭୁବନେଶ୍ୱର ସ୍ଥିତ ଲୋକ ଭବନରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ଏହି ପ୍ରସ୍ତାବକୁ ଆନୁଷ୍ଠାନିକ ଭାବେ ପ୍ରଦାନ କରିଥିଲେ। ରାଷ୍ଟ୍ରପତି ଏହି ପଦକ୍ଷେପକୁ ତୁରନ୍ତ ଅନୁମୋଦନ କରିଛନ୍ତି ଯାହା ଫଳରେ ଶତାବ୍ଦୀ ଶତାବ୍ଦୀ ଧରି ଚାଲିଆସୁଥିବା ଜଗନ୍ନାଥ ପରମ୍ପରାକୁ ସମ୍ମାନ ଜଣାଇ ରାଷ୍ଟ୍ରପତି ଭବନ ପରିସରରେ ପବିତ୍ର ରଥଚକ ପ୍ରଦର୍ଶିତ ହେବ । ଖୁବଶୀଘ୍ର ଏହି ତିନି ରଥ ଚକଗୁଡ଼ିକୁ ରାଷ୍ଟ୍ରପତି ଭବନକୁ ସ୍ଥାନାନ୍ତର କରାଯିବ।
Comments are closed, but trackbacks and pingbacks are open.