ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର

41

ବାରିପଦା: ସାନ୍ତାଳୀ ଲେଖିକା ତଥା ଗବେଷିକା ପ୍ରଫେସର ଡ. ଦମୟନ୍ତୀ ବେଶ୍ରାଙ୍କୁ ୨୦୨୧ ମସିହା ପାଇଁ କେରଳ ତ୍ରିବୁରଠାରେ କେନ୍ଦ୍ର ସାହିତ୍ୟ ଏକାଡେମୀର ଅନୁବାଦ ପୁରସ୍କାର ପ୍ରଦାନକରାଯାଇଛି । କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି ଓ ଚନ୍ଦ୍ରଶେଖର କମ୍ବର ତାଙ୍କୁ ଏହା ପ୍ରଦାନ କରିଛନ୍ତି । ବିଖ୍ୟାତ କବି ଜୟଦେବଙ୍କ କୃତି ‘ଶ୍ରୀଗୀତଗୋବିନ୍ଦ’କୁ ସାନ୍ତାଳୀ ଭାଷାରେ ଅନୁବାଦ କରିଥିବାରୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ପ୍ରକାଶଥାଉ କି ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ୨୦୦୯ରେ ତାଙ୍କର କବିତା ସଙ୍କଳନ ‘ଶାୟ ସାହେଦ’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ୨୦୨୦ରେ ତାଙ୍କର ସମଗ୍ର କୃତି ଓ ଶିକ୍ଷା ନିମନ୍ତେ ଭାରତର ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ । ଡ. ବେଶ୍ରା ସାନ୍ତାଳୀ ଭାଷାରେ ୨୨ଟି ଏବଂ ଓଡ଼ିଆ ଭାଷାରେ ୯ଟି ପୁସ୍ତକ ରଚନା କରିଛନ୍ତି । ଏଥିସହିତ ସେ ବିଭିନ୍ନ ଭାଷାରୁ ସାନ୍ତାଳୀ ଭାଷାକୁ ୧୦ଟି ପୁସ୍ତକ ଅନୁବାଦ କରିଛନ୍ତି । ସେ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷା । ତାଙ୍କର ଏହି ସମ୍ମାନ ପାଇଁ ବିଭିନ୍ନ ମହଲରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

Comments are closed, but trackbacks and pingbacks are open.