ବଦଳିଲେ CBSE ଅଧ୍ୟକ୍ଷ ଏବଂ ସଚିବ,OSM ତଦନ୍ତ ପାଇଁ ଗଠନ ହେଲା କମିଟି

18

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE)ର ଅନ୍-ସ୍କ୍ରିନ୍ ମାର୍କିଂ (OSM) ବିବାଦ ଦିନକୁ ଦିନ ଜୋର୍ ଧରୁଥିବା ବେଳେ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସରକାର CBSEର ଅଧ୍ୟକ୍ଷ ଏବଂ ସଚିବଙ୍କୁ ବଦଳି କରିଛନ୍ତି । କେନ୍ଦ୍ର ସରକାର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE)ର ନୂତନ ଅଧ୍ୟକ୍ଷ ଭାବରେ ବରିଷ୍ଠ IAS ଅଧିକାରୀ ଲୋଖଣ୍ଡେ ପ୍ରଶାନ୍ତ ସୀତାରାମଙ୍କୁ ନିଯୁକ୍ତ କରିଛନ୍ତି ଏବଂ ବରୁଣ ଭରଦ୍ୱାଜଙ୍କୁ CBSEର ନୂତନ ସଚିବ ଭାବରେ ନିଯୁକ୍ତ କରିଛନ୍ତି l ଅନ୍-ସ୍କ୍ରିନ୍ ମାର୍କିଂ (OSM) ସେବା ପ୍ରଦାନ ପାଇଁ CBSE ଦ୍ୱାରା ଅନୁସରଣ କରାଯାଉଥିବା ପ୍ରକ୍ରିୟାର ତଦନ୍ତ ପାଇଁ କେନ୍ଦ୍ର ଏକ କମିଟି ମଧ୍ୟ ଗଠନ କରିଛି । ସୂଚନା ଅନୁଯାୟୀ ଭାରତ ସରକାରଙ୍କ ସାଇବର ସୁରକ୍ଷା ଏଜେନ୍ସି, ଯେପରିକି ଇଣ୍ଡିଆନ୍ ସାଇବର କ୍ରାଇମ୍ କୋର୍ଡିନେସନ ସେଣ୍ଟର- I4C, CBSE OSM ପୁନଃମୂଲ୍ୟାୟନ ପୋର୍ଟାଲରେ ସାଇବର ଆକ୍ରମଣ ଉପରେ କଡ଼ା ନଜର ରଖିଛନ୍ତି । ଏପରି ଅପରାଧ କରୁଥିବା ଦାୟୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Comments are closed, but trackbacks and pingbacks are open.