ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବମ୍ବେ ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟକୁ ନେଇ ରୁଜୁ ହୋଇଥିବା ମାନହାନି ମାମଲାରେ ମାଜିଷ୍ଟ୍ରେଟ୍ କୋର୍ଟ ଜାରି କରିଥିବା ସମନକୁ ରଦ୍ଦ କରିବା ପାଇଁ ହାଇକୋର୍ଟ ମନା କରିଦେଇଛନ୍ତି। ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଜଣେ ବିଜେପି କର୍ମୀ ରାହୁଲ ଗାନ୍ଧୀଙ୍କ ନାମରେ ଏହି ମାନହାନି ମାମଲା ଦାୟର କରିଥିଲେ। ଏହାକୁ ଆଧାର କରି ମାଜିଷ୍ଟ୍ରେଟ୍ କୋର୍ଟ ରାହୁଲଙ୍କୁ ସମନ୍ ଜାରି କରିଥିଲେ। ତେବେ ଏହି ସମନକୁ ରଦ୍ଦ କରିବା ପାଇଁ ରାହୁଲ ଗାନ୍ଧୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ କୋର୍ଟ ସେଥିରେ ହସ୍ତକ୍ଷେପ କରିବାକୁ ଅସ୍ୱୀକାର କରିଛନ୍ତି।
Comments are closed, but trackbacks and pingbacks are open.