ରାଜଧାନୀରେ କାରକୁ ଧକ୍କା ଦେଇ ଘୋଷାଡ଼ି ନେଲା ହାଇୱା

6

ଭୁବନେଶ୍ୱର:ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ସତ୍ୟ ବିହାର ଛକ ନିକଟରେ ଏକ ହାଇୱା ଗାଡ଼ି ଏକ କାର (OD 02 BB 0678)କୁ ଶକ୍ତ ଦେବା ପରେ କାରକୁ ପ୍ରାୟ ୫ଶହ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ଫଳରେ କାରଟି ରାସ୍ତାକୁ ଛିଟିକି ଯାଇଥିଲା । ସୌଭାଗ୍ୟବଶତଃ କାର୍ ଥିବା ଦାଦା ଓ ଝିଆରୀ ଅଳ୍ପକେ ବର୍ତ୍ତି ଯାଇଥିଲେ । ହାଇୱା ଗାଡ଼ି ଚାଳକ ଫେରାର ହେଉଥିବାବେଳେ ପିସିଆର୍ ଭ୍ୟାନ୍ ତାକୁ ଦେଖି ପିଛା କରିଥିଲା । ପଳାଶୁଣୀ ନିକଟରେ ମଞ୍ଚେଶ୍ଵର ଥାନା ପୋଲିସ ପିସିଆର୍ ହାଇୱାକୁ ଅଟକାଇବାରେ ସଫଳ ହୋଇଥିଲା । ପୋଲିସ ହାଇୱା ଗାଡ଼ିକୁ ଆଉ ଏକ ଟ୍ରକ୍ ସାହାଯ୍ୟରେ ଅଟକାଯାଇଥିଲା । ଡ୍ରାଇଭର ଜଣକ ହେଲେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ କଣ୍ଟିପଦା ଅଞ୍ଚଳର ଜଗମୋହନ ଭୁକ୍ତ (୪୦) ଡ୍ରାଇଭର ନିଶା ସେବନ କରିନଥିବା ସ୍ପଷ୍ଟ ହୋଇଥିବାବେଳେ ଏହା ଏକ ବେପରୁଆ ଗାଡ଼ି ଚାଳନା ଥିଲା ବୋଲି ପୋଲିସ କହିଛନ୍ତି । ଦୁର୍ଘଟଣା ପରେ ମଧ୍ୟ କାହିଁକି ଗାଡ଼ିରେ ବ୍ରେକ୍ ଲଗାଇ ନ ଥିଲେ ପଚାରିବାରୁ ଟ୍ରକ୍ ଡ୍ରାଇଭର କହିଛନ୍ତି ଭିଡ଼ ହିଂସା ଭୟରେ ଗାଡ଼ି ଅଟକାଇ ନ ଥିଲେ । ଲୋକମାନେ ମାଡ଼ ମାରିବା ଭୟରେ ସେଠାରେ ସେ ପଳାଇ ଆସିଥିବା ସ୍ୱୀକାର କରିଛି ।

Comments are closed, but trackbacks and pingbacks are open.