ରାଜସ୍ଥାନ: ଆଜି ପ୍ରତ୍ୟୁଷରେ ରାଜସ୍ଥାନର ଦୌସା ଜିଲ୍ଲାରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା ଘଟିଛି । ବସ୍ ଏବଂ ଏକ ଟ୍ରକ୍ ମଧ୍ୟରେ ଧକ୍କା ହେବା ପରେ ବସ୍ଟି ଜଳିଯାଇଛିl ଯାହାଫଳରେ ୭ଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଏବଂ ୧୫ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ପୋଲିସ କହିଛି ଯେ ବସ୍ଟି ଟ୍ରକ ସହିତ ଧକ୍କା ହେବା ପରେ ନିୟନ୍ତ୍ରଣ ହରାଇ ଖାଇରେ ପଡ଼ିଥିଲା। ଦୁର୍ଘଟଣା ପରେ ବସ୍ର ପଛ ଭାଗରେ ନିଆଁ ଲାଗିଯାଇଥିଲା, ଯାହା ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଦୁର୍ଘଟଣା ସମୟରେ ଅଧିକାଂଶ ଯାତ୍ରୀ ଶୋଇଥିଲେ। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ଧକ୍କା ଏତେ ତୀବ୍ର ଥିଲା ଯେ ଉପର ବର୍ଥରେ ଶୋଇଥିବା ଯାତ୍ରୀମାନେ ତଳେ ପଡ଼ି ଯାଇଥିଲେ, ଯାହାଫଳରେ ଅନେକ ଗୁରୁତର ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ମହିଳା ଏବଂ ଶିଶୁ ମଧ୍ୟ ଅଛନ୍ତି। ସୂଚନା ପାଇ ପୋଲିସ, ଆମ୍ବୁଲାନ୍ସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳକୁ ପହଞ୍ଚିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ବସ୍ରୁ ବାହାର କରି ଦୌସା ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା। ସ୍ଥାନୀୟବାସୀ ଅଭିଯୋଗ କରିଛନ୍ତି ଯେ, ପୋଲିସ ଏବଂ ଏକ୍ସପ୍ରେସୱେ ପରିଚାଳନାକୁ ତୁରନ୍ତ ଦୁର୍ଘଟଣା ବିଷୟରେ ସୂଚନା ଦିଆଯାଇଥିଲା, କିନ୍ତୁ ଅଗ୍ନିଶମ ବାହିନୀ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଞ୍ଚି ନଥିଲା ।
Comments are closed, but trackbacks and pingbacks are open.